ମହୁଲପାଲିରେ କୁଇଜ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ପଞ୍ଚାୟତ ହାଇସ୍କୁଲଠାରେ ଜଣାଅଜଣା କୁଇଜ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପଦ୍ମପୁର ଶିକ୍ଷକ ଏକାଦଶଙ୍କ ଦ୍ୱାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ତାରାଚାନ୍ଦ ସାହୁ ମୁଖ୍ୟ ଅତିଥି ଏବଂ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ରଣା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ଶିକ୍ଷକତା ପାଇଁ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଗଲା । କୁଇଜ୍ ମାଷ୍ଟର ବିରେନ୍ଦ୍ର ପ୍ରଧାନ, କିଶୋର ପାତ୍ର, ଦୀନେଶ ସାହୁ, କୁଞ୍ଜବିହାରୀ ସରାଫ, ନରେନ୍ଦ୍ର ପ୍ରଧାନ, ମୀନକେତନ ସାହୁ, ବିଜୟ ସାହୁ, ରାକେଶ ସାହୁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଗାଁର ଶତାଧିକ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରି ଅନେକ ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପିଣ୍ଟୁ, ଅରୁଣ, କୁବେର ଆଦି ସହଯୋଗ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଦିଲୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.