ବୁରୋମୁଣ୍ଡା ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁରୋମୁଣ୍ଡାସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦ୍ୱିତୀୟ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଅଭିଭାବକ ଓ ଅଭିଭାବିକା ଅଂଶଗ୍ରହଣ କରିଥିଲେ । ସଭାରେ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରା ସଭାପତିତ୍ୱ କରିଥିବା ବେଳେ ପଞ୍ଚାନନ ମାଝୀ ସ୍ଵାଗତ ଭାଷଣ ଦେବା ସହ ଓଡ଼ିଶା ସରକାରଙ୍କ ଶୈକ୍ଷିକ ଅଭିବୃଦ୍ଧି ପାଇଁ ଶିକ୍ଷଣ ସାମଗ୍ରୀ ଯୋଗାଣ ବିଷୟରେ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଚେୟାରପର୍ସନ ସୁଶାନ୍ତ ଗଡ଼ତିଆ ଯୋଗ ଦେଇଥିଲେ । ଶିକ୍ଷକ ମାଗିଧର ଦାଶ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ । ଅଭିଭାବକ ମାନେ ବିଦ୍ୟାଳୟର ଉନ୍ନତି ପାଇଁ ନିଜର ପ୍ରସ୍ତାବଗୁଡିକୁ ଆଗତ କରିଥିଲେ । ଶେଷରେ ଶିକ୍ଷକ ରଜତ କୁମାର ଚୌହାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭା ଆୟୋଜନରେ ବିଦ୍ୟାଳୟର ଶିକ୍ଷକ ସୁବଳ ଠାକୁର, ମନୋଜ କୁମାର ପାଢୀ, ବଳଦେବ ସାହୁ, ପ୍ରଫୁଲ୍ଲ କୁମାର ସାଗର, ବିଶ୍ଵଜିତ ସାହୁ ଏବଂ ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ, ମୋନାଲିସା ଠାକୁର ସହାୟତା କରିଥିଲେ ।

Leave A Reply

Your email address will not be published.