jayashree

ଜରାସିଂହା ପେକ୍ସ ନିର୍ବାଚନ : ଲକ୍ଷ୍ମଣ କୁମାର ମେହେର ନିଦ୍ୱର୍ନ୍ଦରେ ସଭାପତି ଭାବେ ନିର୍ବାଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଜରାସିଂହା ପେକ୍ସର ପରିଚାଳନା ବୋର୍ଡ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ତଥା ସମବାୟବିଦ୍‌ ଲକ୍ଷ୍ମଣ କୁମାର ମେହେର ଜରାସିଂହା ପେକ୍ସର ସଭାପତି ଭାବରେ ଆଜି ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ମେହେର ଏକମାତ୍ର ସଭାପତି ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରକାଶ ଯେ, ଜରାସିଂହା ପେକ୍ସ ହେଉଛି ଦେଓଗାଁ ବ୍ଲକର ଏକ ଗୁରୁତ୍ୱପୂର୍ଣ୍ଣ ପେକ୍ସ ରହିଆସିଛି । ଏହି ପେକ୍ସରେ ଜରାସିଂହା, ସାଲେପାଲି ଓ ଉଡାର ଗ୍ରାମ ପଞ୍ଚାୟତର ଶହଶହ ସଂଖ୍ୟାରେ ଚାଷୀମାନେ ସଭ୍ୟ ରହିଛନ୍ତି । ଗତବର୍ଷ ବଲାଙ୍ଗିର ସମବାୟ ଉପନିର୍ଦ୍ଦେଶକଙ୍କ ଅଧୀନରେ ଥିବା ଜରାସିଂହା ବ୍ୟତୀତ ବଲାଙ୍ଗିର ଜିଲ୍ଲା ଓ ସୋନପୁର ଜିଲ୍ଲାର ସମସ୍ତ ପେକ୍ସରେ ନିର୍ବାଚନ ହୋଇଥିଲା । ସେତେବେଳେ ଜରାସିଂହା ପେକ୍ସର ନିର୍ବାଚନକୁ କୌଣସି କାରଣରୁ ବନ୍ଦ କରି ଦିଆଯାଇଥିଲା । ଏବେ ସେହି ପେକ୍ସର ନିର୍ବାଚନ ହୋଇଛି ଓ ଶ୍ରୀ ମେହେର ଏଥିରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ମେହେର ପୂର୍ବରୁ ବିଡିସିସି ବ୍ୟାଙ୍କର ୩ଥର ସଭାପତି, ଦେଓଗାଁ ବ୍ଲକର ୨ଥର ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ରହିଆସିଥିଲେ । ଏହା ସହିତ ରାଜ୍ୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ, ବୟନିକାର ମଧ୍ୟ ନିର୍ଦ୍ଦେଶକ ରହିଥିଲେ । ବଲାଙ୍ଗିର ବିଧାନସଭା କ୍ଷେତ୍ରରେ ୨୦୦୯ରେ ଥରେ ବିଧାୟକ ପ୍ରାର୍ଥୀ ମଧ୍ୟ ହୋଇଥିଲେ । ସେ ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ମଧ୍ୟ ଏବେ ରହିଛନ୍ତି ।

Leave A Reply

Your email address will not be published.