csstore

ହଳଦୀଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ରାଜୀବ ଭବନଠାରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗିର ପକ୍ଷରୁ ସଂଗଠନର ଉପସଭାପତି ଧନେଶ୍ୱର ମାଝୀଙ୍କର ନେତୃତ୍ୱରେ ବିଶ୍ୱ ଆଦିବାସୀ ଦିବସ ସମାରୋହ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ଇଷ୍ଟଦେବୀ ଜାଡେନଙ୍କ ପୂଜା ଅର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସଂଗଠନର ସମ୍ପାଦକ ଆଦିବାସୀ ମାନଙ୍କର କଳା, ସଂସ୍କୃତି, ରୀତିନୀତି ତଥା ଆଦିବାସୀ କନ୍ଧ ଭାଷାରେ ସଚେତନାମୂଳକ ସଂଗୀତ ପରିବେଷଣ କରି ବିଶ୍ୱ ଆଦିବାସୀର ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ବିଷୟ ଜାତି ସମାଜକୁ ବାର୍ତା ଦେଇଥିଲେ । ଆଦିବାସୀମାନଙ୍କୁ ବାରମ୍ବାର ଶୋଷଣ ବିଷୟରେ ମଣିପୁରର ବଳାତ୍କାରୀମାନଙ୍କୁ ଫାଶୀଦଣ୍ଡ ହେଉ ବୋଲି ଦାବୀ କରିଥିଲେ । ଭାରତ ସରକାରଙ୍କ ସମାନ ନାଗରିକତା ବିଲ (ୟୁସିସି)କୁ ଜୋରଦାର ବିରୋଧ କରିବା ସହିତ ଜଙ୍ଗଲ ସଂଶୋଧନ ଆଇନ ୨୦୨୩କୁ ଘୋର ନିନ୍ଦା କରିଥିଲେ । ଉଭୟ ବିଲକୁ କେନ୍ଦ୍ର ସରକାର ଶୀଘ୍ର ଖାରଜ କରିବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ମଞ୍ଚ ମାଧ୍ୟମରେ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁରିବାହାଲ ସମ୍ପାଦକ ଗୋପାଳ ସିଂ ଭୋଇ, ହଳଦୀ ଗ୍ରା.ପ ସଭାପତି ମଧୁ ଯାନୀ, କୋଷାଧ୍ୟକ୍ଷ ଗୋବିନ୍ଦ ମାଝୀ, ବଙ୍ଗୋମୁଣ୍ଡା ସଭାପତି ବ୍ରଜ ଭୋଇ, ଉପଦେଷ୍ଟା, ବୈଷ୍ଣବ ଯାନୀ, ସଂଗଠକ ପ୍ରଦୀପ ମାଝୀ ଟିଟିଲାଗଡ଼ ସଭାପତି, ଉମାକାନ୍ତ ଭୋଇ, ଟିଟିଲାଗଡ଼ ନଗର ସୁରେଶ ଭୋଇ, ମୁକେଶ ପ୍ରଧାନୀ, ଗଣନାଥ ପ୍ରଧାନୀ ପ୍ରମୁଖ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.