csstore

ମ.ରାମପୁର ନୂତନ ବସ୍‌ଷ୍ଟାଣ୍ଡ

ଅଗଷ୍ଟ ୨୩ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶିଳାନ୍ୟାସ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ନୂତନ ଭାବେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହେଇଥିବା ବେଳେ ଅଗଷ୍ଟ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିବେ ବୋଲି ଜଣାପଡିଛି । ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସାମ୍ନା ଭାଗରେ ନୂତନ ବସଷ୍ଟାଣ୍ଡ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ପୂର୍ବରୁ ସରିଥିବା ବେଳେ ଆଜି ଓଏସ୍‌ଆର୍‌ଟିସିର ଡିଟିଏମ୍ ଅମୀର ପଟ୍ଟନାୟକ ଜମି ପରିଦର୍ଶନ କରିବା ସହ ସୁନ୍ଦର ସ୍ଥାନ ବୋଲି ମତ ପ୍ରକାଶ କରିଥିଲେ । ଏହି ପରିଦର୍ଶନ ସମୟରେ ରେଭିନ୍ୟୁ ସୁପରଭାଇଜର କାର୍ତ୍ତିକ ସୁନା, ମ.ରାମପୁର ଆର୍ ଆଇ ନୀତିଶ କୁମାର ଦୋରା ଉପସ୍ଥିତ ରହି ଥିଲେ ।

jayashree
Leave A Reply

Your email address will not be published.