jsm

ସ୍ୱାଗତ ସମାରୋହ ଓ କ୍ରାନ୍ତି ଦିବସ ପାଳିତ

csstore

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଅଭିନନ୍ଦନ ସକାଶେ ଏବଂ ଅଗଷ୍ଟ ୯ ତାରିଖର ସ୍ମୃତିରେ ଏକ ସ୍ୱାଗତ ସମାରୋହ ଓ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହିରାଙ୍କ ସଭାପତିତ୍ୱରେ ଏବଂ ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ସମାରୋହରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟରେ ଏକ ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରେଣୁକା ନାଏକ, ଓଁକାର ଧରୁଆ, ରାହୁଲ ପ୍ରଧାନ, ଦିପାଞ୍ଜଳି ଧରୁଆ ନିଜ ମତ ରଖିଥିବା ବେଳେ ସମ୍ମାନିତ ଅତିଥି ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲା ଏବଂ ମୁଖ୍ୟ ବକ୍ତା ପ୍ରାଧ୍ୟାପକ ଗୋବିନ୍ଦ ମେହେର ଛାତ୍ରଛାତ୍ରୀମାନଙ୍କର କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଥିଲେ । ଅଧ୍ୟାପକ ମୁକେଶ କୁମାର ପଟ୍ଟନାୟକ, ଶୁଭଶ୍ରୀ ସାହୁ ନିଜର ବକ୍ତବ୍ୟ ରଖିଥିବା ବେଳେ ଅର୍ଥନୀତି ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ ଧନ୍ୟବାଦ ଦେଇଥିଲେ । ପ୍ରଶାନ୍ତ କୁମାର ଥନାପତି, ବାଲଶଙ୍କର ମେହେରଙ୍କ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.