oom

ଗାଈ ହାଡ ନେଇ ଯାଉଥିବା ପିକଅପ୍ ଗାଡ଼ି ଦର୍ଜିଂ ଟୋଲ ଗେଟରେ ଅଟକ : ଲହୁଣୀପଡ଼ା ପୋଲିସକୁ ହସ୍ତାନ୍ତର କଲେ ବଜରଙ୍ଗ ଦଳ କର୍ମୀ

jsmm

ବଣେଇ, (ନାରାୟଣ ଚନ୍ଦ୍ର ବେହେରା) : ବଣେଇ ଉପଖଣ୍ଡର ଲହୁଣୀପଡ଼ା ଥାନା ଅନ୍ତର୍ଗତ ଦର୍ଜିଂ ଟୋଲ ଗେଟରେ ଗାଈ ହାଡ ନେଇ ଯାଉଥିବା ପିକଅପ ଗାଡ଼ି ଜବତ ସହ ତିନ ଅଟକ । ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଖତରୁବାହାଲରୁ ଏକ ଡବ୍ଲୁବି ୩୫ ୪୬୩୭ ନମ୍ୱର୍ ପିକଅପ ଗାଡ଼ିରେ ଗାଈ ହାଡ ବୋଝେଇ କଲିକତା ଯାଉଥିବା ବେଳେ ଲହୁଣୀପଡ଼ା ଥାନା ଅନ୍ତର୍ଗତ ଦର୍ଜିଂ ଟୋଲ ଗେଟରେ କୌଣସି ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳ କର୍ମୀ ଅଟକ ରଖି ଲହୁଣୀପଡ଼ା ପୋଲିସକୁ ସୂଚନା ଦେଇଥିବା ଜଣାପଡ଼ିଛି । ତେବେ ଘଟଣା ସ୍ଥଳରେ ଉତେଜନା ଲାଗି ରହିଛି । ଗାଡ଼ିରେ ଜଣେ ମହିଳାଙ୍କ ବ୍ୟତୀତ ଦୁଇ ଜଣ ଯୁବକ ଥିବା ଜଣାପଡିଛି । ଲହଣୀପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଗାଡ଼ିକୁ ଜବତ୍ କରି ଦୁଇ ଯୁବକ ଓ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

jittmm
Leave A Reply

Your email address will not be published.