jsm

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର କାର୍ଯ୍ୟକାରିଣୀ ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନରସିଂହ ମନ୍ଦିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ସାଧାରଣ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଆୟବ୍ୟୟ ଉପସ୍ଥାପନ କରିଥିଲେ । ବରିଷ୍ଠ ସଭ୍ୟ ପ୍ରାଣ ବଲ୍ଲଭ ତ୍ରିପାଠୀଙ୍କ ପ୍ରଚେଷ୍ଟା କ୍ରମେ ଆଜିକାର ସଭାରେ ୨ ଜଣ ନୂତନ ସଭ୍ୟ ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ । ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ସଂକୀର୍ତ୍ତନ ତ୍ରିପାଠୀ, ଚତୁର୍ଭୁଜ ମିଶ୍ର ଏବଂ ପୂର୍ବରୁ ଆଜୀବନ ସଦସ୍ୟତା ଗ୍ରହଣ କରିଥିବା ହଜାରୀ ମଶ୍ର, ବିଜୟ କୁମାର ବାଘଙ୍କୁ ସଂଘ ତରଫରୁ ସ୍ୱାଗତ କରାଯାଇଥିଲା ଏବଂ ଉପରୋକ୍ତ ସମସ୍ତ ସଭ୍ୟ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ । ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ସଂପାଦକ ଗଡୁଆ, ପ୍ରଦୀପ କୁମାର ସାହୁ ଭୁବନେଶ୍ୱର ଯାଇଥିଲେ ଏବଂ ଦଶରଥ ବାଘ ଆଜିର ସଭାରେ ସେହି ବିଷୟରେ ଆଲୋଚନା କରିଥିଲେ । ଆସନ୍ତା ମାସ ସେପ୍ଟେମ୍ବର ୨୪ ତାରିଖରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରାଯାଇଥିଲା । ଆଜିକାର ସଭାରେ ପର୍ଶୁରାମ ନାୟକ, ଉପସଭାପତିଙ୍କ ସମେତ ୫ ଜଣ କାର୍ଯ୍ୟକାରିଣୀ ସଭ୍ୟ ଏବଂ ୧୨ ଜଣ ନିମନ୍ତ୍ରିତ ସଭ୍ୟ ଯୋଗଦାନ କରି ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ବରିଷ୍ଠ ସଭ୍ୟ ବୈକୁଣ୍ଠ ନାଥ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.