jayashree

ଶିଶୁ ସୁରକ୍ଷା ସମ୍ବନ୍ଧରେ ଏନ୍‌ଜିଓ ପ୍ରତିନିଧିଙ୍କ ନିମନ୍ତେ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୟୁଥ୍ ହଷ୍ଟେଲ, ପୁରୀ ସମ୍ମିଳନୀ କକ୍ଷଠାରେ ପୁରୀ ଜିଲ୍ଲାର ୫୦ରୁ ଅଧିକ ସ୍ୱେଚ୍ଛାସେବୀ ସଂସ୍ଥାର ପ୍ରତିନିଧିଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମିଶନ ବାତ୍ସଲ୍ୟ, ବେଟି ବଚାଓ ବେଟି ପଢ଼ାଓ, ଶିଶୁ ସୁଲଭ ପରିବେଶ, କିଶୋର ନ୍ୟାୟ ଆଇନ୍ ଏବଂ ଶିଶୁ ମାନଙ୍କ ନିମନ୍ତେ ଥିବା ଅନ୍ୟାନ୍ୟ ଆଇନ, ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଉଦ୍‌ଘାଟନ କରି କହିଥିଲେ ଯେ, ଶିଶୁ ସୁରକ୍ଷା କ୍ଷେତ୍ରରେ ସ୍ବେଚ୍ଛାସେବୀ ସଂସ୍ଥାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଉଦ୍‌ଘାଟନୀ ଉତ୍ସବରେ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ପୁରୀ ଡଃ ଅଜିତ୍ କୁମାର ମହାପାତ୍ର- ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି, ପ୍ରିୟଙ୍କା ପ୍ରିୟଦର୍ଶିନୀ- ଅତିରିକ୍ତ ଶ୍ରମ ଅଧିକାରୀ, ରଞ୍ଜିତା ଦାସ- ଜିଲ୍ଲା ବାଲ୍ୟ ବିବାହ ନିଷେଧ ସଂଯୋଜିକା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ତାଲିମଦାତା ଭାବରେ ଆଇନ ପରୀବିକ୍ଷ ଅଧିକାରୀ ସନ୍ତୋଷ କୁମାର ସାହୁ, ଅଣ ଅନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ ସ୍ନିଗ୍ଧାରାଣୀ ସାହୁ, ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ପ୍ରମୁଖ ସଂପୃକ୍ତ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପରିଚାଳନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ରୋଜାଲିନ ପାତ୍ର, କମଳା ମହାରଣା, ବିଜୟ କୁମାର ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.