oom

ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଅନୁସୂଚିତ ଜନଜାତି ସ୍ୱତନ୍ତ୍ର ଉନ୍ନୟନ ପରିଷଦ(special Development council)ର ଜିଲ୍ଲା ଅଧ୍ୟକ୍ଷ ବ୍ରଜମୋହନ ବିଶୋଇଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ଲୋଇସିଂହା ସ୍ଥିତ ଆଦିବାସୀ କଲ୍ୟାଣ ସଂଘ ଭବନଠାରେ ସମ୍ବର୍ଦ୍ଧିତ କରାଯାଇଛି । ଲୋଇସିଂହା ବ୍ଲକ ଆଦିବାସୀ କଲ୍ୟାଣ ସଙ୍ଘର ସଭାପତି ଦଶରଥ ଛତ୍ରିଆଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଆଦିବାସୀ କଲ୍ୟାଣ ମହାସଂଘର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ, ଆଗଲପୁର ବ୍ଲକ କାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର ଧରୁଆ, ଦେଓଗାଁ ବ୍ଲକ କାର୍ୟ୍ୟକାରୀ ସଭାପତି ସୁରଥ ଧରୁଆ, ସଇଁତଲା ବ୍ଲକ ସଭପତି ସନ୍ତୋଷ ପୁଟା ପ୍ରମୁଖ ଯୋଗ ଦେଇଥିଲେ । ଅନୁସୂଚିତ ଜନଜାତି ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସ୍ଥାନୀୟ ଯୁବକ ବ୍ରଜମୋହନ ବିଶୋଇଙ୍କ ନିଯୁକ୍ତିକୁ ନେଇ ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ତଥା କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଆଗାମୀ ଦିନରେ ଆଦିବାସୀ ଜନଜାତିଙ୍କ ଭାଷା, ସଂସ୍କୃତି, ଐତିହ୍ୟ, ପରମ୍ପରା ତଥା ସାମଗ୍ରିକ ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଅନେକ ଯୋଜନା ହାତକୁ ନିଆଯିବ ବୋଲି ଅଧ୍ୟକ୍ଷ ଶ୍ରୀ ବିଶୋଇ ମତପୋଷଣ କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟାକ୍ରମରେ ଆଦିବାସୀ ନେତା ରୁକ୍ମଣ ଧରୁଆ, ଲଳିତ ପୁଟା, ପୁରୁଷୋତ୍ତମ ଧରୁଆ, ପୂର୍ଣ୍ଣଚନ୍ଦ୍ର ଭୋଇ, ଗୋବିନ୍ଦ ପୁଟା, ଗୋପାଳ ଭୋଇ, ଦେବାଶିଷ ବିଶୋଇ, ଗୋବିନ୍ଦ ଭୋଇ, ପ୍ରଶାନ୍ତ କହେଣ୍ଡା, ଫକୀର ପଧାନ, ରାମଚନ୍ଦ୍ର ଧରୁଆ, ପବିତ୍ର ଧରୁଆ, ନେପାଳ ବର୍ଗେ, ସ୍ବତନ୍ତ କନ୍ଦା ପ୍ରମୁଖ ଯୋଗ ଦେଇ ନବନିର୍ବାଚିତ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

jittmm
Leave A Reply

Your email address will not be published.