jsm

ରାମଜୀ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲ ଜି. ବଲାଙ୍ଗିରର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଅବସର ଗ୍ରହଣ କରିଛନ୍ତି । ବିଦ୍ୟାଳୟର ମୋ ସ୍କୁଲ ଅଭିଯାନର ପୁରାତନ ଛାତ୍ରଛାତ୍ରୀଙ୍କ ତରଫରୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସମ୍ବାଦ ପ୍ରତିନିଧି ପ୍ରଶାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ତାଙ୍କ ସ୍ମ୍ମୃତି ନିମନ୍ତେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ବିଦ୍ୟାଳୟର ସଭାପତି ସୁଦାମ ପଟେଲ, ଭୂମିଦାତା ଗୌନତିଆ ଯଜ୍ଞେଶ୍ଵର ନାଏକ, ପ୍ରଥମ ସମ୍ପାଦକ ପିତବାସ ପଟେଲ, ସଙ୍ଗଠକ ବାଲେଶ୍ଵର ପଟେଲ, ମୋ ସ୍କୁଲ ଅଭିଯାନ ସଭାପତି ଅଶ୍ଵିନୀ ନାଏକ, ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ଅମରଦୀପ ପାଣିଗ୍ରାହୀ, ପୁଇନ୍ତଲା ବ୍ଲକ ପିଏ ହିମାଂଶୁ ମିଶ୍ର ମଞ୍ଚାସୀନ ରହି ଶ୍ରୀ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ମହିମୁଣ୍ଡା, ବନ୍ଧପଡା, ଭାଲେର ଓ ଆଠଗାଁର ପ୍ରଧାନ ଶିକ୍ଷକ ସୁନିଲ ଭୋଇ, ଆନନ୍ଦ ବଡ଼ପଣ୍ଡା, ପ୍ରଦୀପ ଗୁରୁ ଓ ଦିଲୀପ ଯୋଷୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଅନେକ ଉପାଦେୟ ଜ୍ଞାନ ପ୍ରଦାନ କରି ଶ୍ରୀ ପଣ୍ଡାଙ୍କ ଜୀବନୀ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ନୂତନ ଓ ପୁରାତନ ଛାତ୍ରଛାତ୍ରୀ ସହ ପୂର୍ବତନ କମିଟି ଓ ନୂତନ କମିଟି ଯୋଗଦେଇ ଅନେକ ଉପଢୌକନ ପ୍ରଦାନ କରିଥିଲେ ।

yuvodaya
Leave A Reply

Your email address will not be published.