ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବିଦାୟ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଏକ ବିଦାୟକାଳୀନ ସଭା ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ବିଦାୟୀ ପ୍ରଧ୍ୟାପକ ସରୋଜ କୁମାର ପ୍ରଧାନଙ୍କୁ ଅଧ୍ୟକ୍ଷ ତଥା ଅଧ୍ୟାପକ-ଅଧ୍ୟାପିକା ବିଦାୟକାଳୀନ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉକ୍ତ ସଭାରେ ପୂର୍ବତନ ପ୍ରଧ୍ୟାପକ ବିଦ୍ୟାଧର ଦାସ, କୃଷ୍ଣ ମୋହନ ପଣ୍ଡା, ଡ଼ଃ ମନୋଜ କୁମାର ପ୍ରଧାନ ଓ ଗଜରାଜ ପାତ୍ର ତଥା ପୂର୍ବତନ ଡେମନଷ୍ଟ୍ରେଟର ରାଜ କିଶୋର ରଥ ଏବଂ ପୂର୍ବତନ ସିନିୟର୍ କ୍ଲାର୍କ ଟୀକାରାମ ପଟେଲ ଯୋଗଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଷ୍ଟାଫ ଆସୋସିଏସନ୍ ସେକ୍ରେଟାରୀ ପ୍ରମୋଦ କୁମାର ତ୍ରିପାଠୀ ସଂଯୋଜନା କରିଥିଲେ । ଶେଷରେ ସହ ସମ୍ପାଦକ ପ୍ରଶାନ୍ତ ସିଦାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.