csstore

ଯାଦବ ମହାସଭା ପକ୍ଷରୁ ବୃକ୍ଷ ରୋପଣ

କଟକ, (ଶ୍ରୀକାନ୍ତ ବେଉରା) : କଟକ ଅନ୍ତରାଷ୍ଟ୍ରୀୟ ମାନବାଧିକାର ଆସୋସିଏସନ୍‌ର ରାଜ୍ୟ ସଭାପତି ତଥା ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଇପ୍ସ.ପ୍ରଦୀପ କୁମାର ବେହେରାଙ୍କ ଆହ୍ୱାନ କ୍ରମେ କଟକ ସଦର ୪୨ ମୌଜା ଯାଦବ ମହାସଭା ପକ୍ଷରୁ କଟକ ସଦର ବ୍ଲକ ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ନହରପଦା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଯାଦବ ମହାସଭା ଉପସଭାପତି ବିନୋଦ ବେହେରା, ୪୨ ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ ବେହେରା, ମନୋରଞ୍ଜନ ବେହେରା, ସାଗର ବେହେରା, ଶଙ୍କର ବେହେରା, ହୃଦାନନ୍ଦ ବେହେରା, ଅନାଦି ବେହେରା ଓ ପର୍ଶୁରାମ ବେହେରା ଅଂଶଗ୍ରହଣ କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସିଏଚ୍‌ଓ ସିପ୍ରା ନାୟକ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ଅଶୋକ କୁମାର ଜେନା, ଆଶାକର୍ମୀ ସୌଦାମିନୀ ପଣ୍ଡା, ସାରଦା ମହାନ୍ତି, ରଞ୍ଜୁ ଦାସ, ମିନୁ ମହାନ୍ତି ।

jayashree
Leave A Reply

Your email address will not be published.