csstore

ସେବା ମନୋଭାବକୁ ଆହୁରି ବ୍ୟାପକ କରାଇବାର ମହତ ଉଦ୍ଦେଶ୍ୟରେ ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେବା ମନୋଭାବକୁ ଆହୁରି ବ୍ୟାପକ କରାଇବାର ମହତ ଉଦ୍ଦେଶ୍ୟରେ ମାହେଶ୍ୱରୀ ସଂଗଠନ “ପ୍ରତି ପଞ୍ଚାୟତରେ ମାହେଶ୍ୱରୀ ସଫଳତାର ସହ ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ବିସ୍ତାର ହେବାରେ ଲାଗିଛି । ସଦର ବ୍ଲକରେ ଏହି ଅନୁଷ୍ଠାନର ଆହ୍ୱାନରେ କୁଟୁମଡୋଳା ଯୋଡି ହୋଇଛି । ସ୍ଥାନୀୟ ସରପଞ୍ଚ କୈଳାଶ ସିଂଦେଓ ବ୍ୟକ୍ତିଗତ ଭାବେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଯୁବ ଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ । ଘାସିରାମ ପଟେଲ ସଂଯୋଜକ ଓ ଟଙ୍କଧର ନାୟକ ସହ ସଂଯୋଜକ ଭାବେ ମନୋନୀତ ହୋଇଥିବା ବେଳେ ଯୁବଗୋଷ୍ଠୀଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରସାଦି ନାଏକ, ବିକାଶ ରଥ, ପ୍ରମୋଦ ମିଶ୍ର, ପ୍ରଦୀପ ସିଂଦେଓ, ସହଦେବ ସାହୁ, ପ୍ରବୀଣ ନାଏକ, ଦାଶରଥୀ ବେହେରା କାନ୍ତ ଚିନ୍ଦା, ଚିନ୍ତାମଣି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ମାହେଶ୍ୱରୀ ସଂଗଠନର ବରିଷ୍ଠ ସଦସ୍ୟ ଦେବାଶିଷ ପାଣ୍ଡିଆଙ୍କ ସଂଯୋଜନାରେ ହୋଇଥିବା ସଭାରେ ପରିଚାଳନା ନିଦ୍ଦେଶକ ଅଙ୍କୁଶ ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲ, ସୋସିଆଲ ମିଡିଆ ସଂଯୋଜକ ଶିବପ୍ରଶାଦ ମିଶ୍ର, ଅପ୍ରମିତ ପରିଚ୍ଛା ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ ।

jayashree
Leave A Reply

Your email address will not be published.