csstore

ଶିମୁଲିଖୋଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିମୁଲିଖୋଲ ଯୁବକ ସଂଘ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼ ତରଫରୁ ଶିମୁଲିଖୋଲ ପର୍ଯ୍ୟଟନ ସ୍ଥଳୀଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁଥିରେ ପଟୁଲି, ଅଳା, ଜାମୁକୋଳି, ଆମ୍ବ, ବଉଳ, ପିପଳ ପରି ୨୦୦ ଚାରା ରୋପଣ କରାଯାଇଥିଲା । ଅତିଥି ଭାବରେ ସବ ଇନ୍ସପେକ୍ଟର ଶବର, ଏସ୍ଆଇ ଶଶିକାନ୍ତ ବାରିକ, ଫରେଷ୍ଟର ଗିରିରାଜ କୁମ୍ଭାର, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ବେହେରା, ନବୀନ ପ୍ରଧାନ, ଦେବଦତ୍ତ ବେହେରା, ପରମାନନ୍ଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ ଏବଂ ରମେଶ ଚନ୍ଦ୍ର ଗଜାକୁଶ, ବରୁଣ ପାଣ୍ଡେ, ତରୁଣ ପଟେଲ, ତ୍ରିଲୋଚନ ପାଣ୍ଡେ, ତାରାଚନ୍ଦ୍ର ବରିହା, କିଶୋର ଡ଼ନଶନା, ନରେନ ପଟେଲ, ଦେବାନନ୍ଦ ବରିହା, ହୃଷୀକେଶ ଭୋଇ, କୁମୁଦ ପ୍ରଧାନ, ଅନିଲ ପାଣ୍ଡେ, କପିଳେନ୍ଦ୍ର ଦଳ, ବିଜୟ ବାଗ, ଦିନେଶ ବରିହା, ଆଶିଷ ବନଛୋର, ରାଜେନ୍ଦ୍ର ପଟେଲ, ଲେନିଶ ଚନ୍ଦ୍ର ସାହୁ, ଖଗେଶ୍ୱର ବିଶ୍ଵାଳ, କୁଳମଣି ନିଆଲ, ରିଙ୍କୁ ପ୍ରଧାନ, ପ୍ରଶାନ୍ତ ପଟେଲ, ଗୁଣନିଧି ପାଣ୍ଡେ, ଅରୁଣ ବରିହାଙ୍କ ସମେତ ସ୍ୱେଚ୍ଛାସେବୀ ଦୁର୍ଯ୍ୟୋଧନ ପାଣ୍ଡେ ଉପସ୍ଥିତ ରହି ବୃକ୍ଷ ରୋପଣରେ ସାହାଯ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.