jayashree

କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର-୭୪ ଲୋକ ନେଲେ ଶିବିରର ଲାଭ

କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ସ୍ଥାନୀୟ ହରିଭବନ ଠାରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଲବ ସଭାପତି ସୁରଦାସ ବାଗଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ବୁର୍ଲା ଭିମସାରର ବିଶେଷଜ୍ଞ ଡାକ୍ତର ଭାବଗ୍ରାହୀ ସାହୁ ଯୋଗଦେଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଶିବିରରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆସିଥିବା ଲୋକଙ୍କ ସହ ଡାକ୍ତର ଆଲୋଚନା କରିବା ସହ ଆବଶ୍ୟକୀୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ପ୍ରଦାନ କରିଥିଲେ । ନିଶୁଳ୍କ ଭାବେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ପାଇ ଶିବିରକୁ ଆସିଥିବା ଲୋକେ ଖୁସି ପ୍ରକାଶ କରିଥିଲେ । ତେବେ ଏହି ଶିବିରରେ ନିଶୁଳ୍କ ଡାକ୍ତର ପରାମର୍ଶ ସହ ମାଗଣା ରକ୍ତଚାପ ଓ ମଧୁମେହ ପରୀକ୍ଷା କରାଯାଇଥିଲା । ସାମାଜିକ ଦାୟିତ୍ୱବୋଧର ଅଂଶ ଭାବେ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ଏଭଳି ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଲୋକଙ୍କ ହିତ ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରେସ କ୍ଲବ ପକ୍ଷରୁ କୁହାଯାଇଛି । ପ୍ରେସ କ୍ଲବ ଉପସଭାପତି ମନୋଜ ଶର୍ମା, କୋଷାଧ୍ୟକ୍ଷ ହନି ସିଂହ, ସହ ସଂପାଦକ ବିଶିକେଶନ ମାଝି, ପୂର୍ବତନ ସଭାପତି ତଥା ପରାମର୍ଶଦାତା ପ୍ରଭୁଜିତ ସିଂହ ସାଲୁଜା, ଆଶିଷ ଖଇତାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.