lika

ବଣାଇଗଡ଼ କଂଗ୍ରେସ କମିଟିର ସମ୍ବର୍ଦ୍ଧନା ସଭା ଏବଂ କର୍ମୀ ସମ୍ମିଳନୀ ଅନୁଷ୍ଠିତ

gbag

ବଣାଇଗଡ଼, (ହବିବ ମହମ୍ମଦ) : ଆଜି ଆଇଟିଡିଏ ମିଟିଙ୍ଗ ହଲରେ ବଣାଇଗଡ଼ କଂଗ୍ରେସ କମିଟିର ଏକ ସମ୍ବର୍ଦ୍ଧନା ସଭା ଏବଂ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଣାଇ ବ୍ଲକ କଂଗ୍ରେସର ଶତାଧିକ କର୍ମୀ ନୂତନ ଭାବେ ମନୋନୀତ ଜିଲ୍ଲା ସଭାପତି ଜନାର୍ଦନ ଦେହୁରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶ୍ରୀ ଦେହୁରୀ ବଣାଇ ନିର୍ବାଚନ ମଣ୍ଡଳୀରୁ ଏମ୍‌ଏଲ୍‌ଏ ଭାବେ ନିର୍ବାଚିତ ହୋଇଥିଲେ । ବଣାଇ କଂଗ୍ରେସକୁ ସବୁବେଳେ ନିଜ ସମସ୍ତ ପ୍ରକାର ସହଭାଗିତା ପ୍ରଦାନ କରୁଥିଲେ । ସୁନ୍ଦରଗଡ଼ ଜିଲ୍ଲା ସଭାପତି ଭାବେ ପାଇ ବଣାଇ କଂଗ୍ରେସ କର୍ମୀଙ୍କ ମନରେ ଜିତିବାର ଆଶା ସଂଚାର ହୋଇଛି ବୋଲି ମତ ପ୍ରକାଶ ପାଇଛି । ବିଗତ ନିର୍ବାଚନ ଗୁଡିକରେ ଏଆଇସିସିରେ କମ୍ୟୁନିଷ୍ଟ ସହ କଂଗ୍ରେସ ମେଣ୍ଟ ହୋଇ ବାରମ୍ବାର ଶ୍ରୀ ଦେହୁରୀଙ୍କୁ ଟିକେଟ ମିଳୁନଥିବାରୁ କଂଗ୍ରେସ କର୍ମୀମାନେ ନିଜକୁ ଉପେକ୍ଷିତ ଭାବୁଥିଲେ । ନିଜ ଉଦ୍‌ବୋଧନରେ ଶ୍ରୀ ଦେହୁରୀ ସମସ୍ତେ ଏକ ହୋଇ ଚବିଶ ନିର୍ବାଚନରେ କଂଗ୍ରେସର ବିଜୟ ପାଇଁ ସଂଗଠିତ ଏବଂ ସଂକଳ୍ପ ବଦ୍ଧ ହେବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ସଭାରେ ସୁନ୍ଦରଗଡ଼ ପୂର୍ବତନ ଜିଲ୍ଲା ସଭାପତି ବେନୁମାଧବ ତ୍ରିପାଠୀ, ସମ୍ପାଦକ ରାଜ କିଶୋର ଷଡ଼ଙ୍ଗୀ ପିସିସି ମେମ୍ବର ଯୁଧିଷ୍ଠିର ତ୍ରିପାଠୀ, ପୂର୍ବତନ ବ୍ଲକ ସଭାପତି ପଦ୍ମଚରଣ ଆଚାର୍ଯ୍ୟ, କର୍ମବୀର ଦାଶ, ସମ୍ପାଦକ ସମୀର ଚକ୍ରବର୍ତୀ, ଦୁର୍ଗାମାଧ ବେହେରା, ମଧୁ ସାହୁ, ପ୍ରେମାରଞ୍ଜନ ପାତ୍ର, ମନୋଜ ସେଠ, ସନା ମହାକୁଡ଼ ଏବଂ ମହିଳା କର୍ମୀ ଛାତ୍ର କଂଗ୍ରେସ କୃଷକ ମୋର୍ଚା ସେବାଦଳ କର୍ମୀ ଏବଂ ଶତାଧିକ କଂଗ୍ରେସର ଛାମୁଆ ନେତା ଏ ସଭାରେ ଯୋଗ ଦେଇଥିଲେ । ବଣାଇ ବ୍ଲକ ସଭାପତି ରୁଦ୍ରଚରଣ ସାହୁଙ୍କ ତତ୍ତ୍ୱାବଧାନରେ ସଭା ସଫଳ ହୋଇଥିବାର ସୂଚନା ମିଳିଛି ।

babaa
Leave A Reply

Your email address will not be published.