ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଧାରଭୁତ କାର୍ଯ୍ୟଶାଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଆଧାରଭୁତ କାର୍ଯ୍ୟଶାଳା ଆୟୋଜିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାର ୫ଟି ସଂକୁଳରୁ ୪୦ ଜଣ ଆଚାର୍ଯ୍ୟ, ୨ ଜଣ ଅତିଥି ଅଧିକାରୀ, ୩ ଜଣ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ତଥା ବ୍ୟବସ୍ଥା ଦାୟିତ୍ୱରେ ୧୦ ଜଣଙ୍କ ସମେତ ମୋଟ ୫୫ ଜଣ ଅଂଶଗ୍ରହଣ କରିଥିଲେ । ପ୍ରାତଃ ବନ୍ଦନା କାଲାଂଶରେ ଜିଲ୍ଲା ପ୍ରମୁଖ ରାମକୁମାର ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂକୁଳ ପ୍ରମୁଖ କମଳ ଲୋଚନ ତ୍ରିପାଠୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍ତ ନିରୀକ୍ଷକ ପ୍ରସନ୍ନ ବିଶ୍ୱାଳ, ବଲାଙ୍ଗିର ବିଭାଗ ନିରୀକ୍ଷକ ନରୋତ୍ତମ ମିଶ୍ର, ସହ ବିଭାଗ ନିରୀକ୍ଷକ ମନୋରଞ୍ଜନ କର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ପ୍ରଧାନ ଆଚାର୍ଯ୍ୟ ଶିବପ୍ରସାଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.