ପଞ୍ଚାୟତସ୍ତରୀୟ ନିଶ୍ମକ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିର ଆୟୋଜିତ

ବରଗଡ, (ନିରୋଜ କୁମାର ପାଣୀ) : ଶ୍ରୀଗିଡା ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ଶ୍ରୀମାନ ଲୋକେଶ କୁମାର୍ ସାହୁଙ୍କ ନେତୃତ୍ୱରେ ଆଜି ଶ୍ରୀଗିଡା ଗ୍ରାମରେ ଏକ ପଞ୍ଚାୟତସ୍ତରୀୟ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ନିଃଶୁଳ୍କ ସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ରୋଜି ନାଏକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ କୁମାର ବେହେରା ଯୋଗଦାନ କରିଥିଲେ । ମେରୁଦଣ୍ଡ ଓ ଆଣ୍ଠୁ ଗଣ୍ଠି ରୋଗ ସମ୍ବନ୍ଧୀୟ ଆଜିର ଏହି ସ୍ୱାସ୍ଥ୍ୟ ମେଳାରେ ସର୍ବମୋଟ ୧୪୯ ଜଣ ରୋଗୀ ଆସି ତାଙ୍କର ଚିକିତ୍ସା କରାଇଥିଲେ । ଯେଉଁଥିରେ ୬୯ ଜଣ ମହିଳା ରୋଗୀ ଥିଲେ । ବରଗଡ଼ର ଆୟୁଷ ୱେଲନେସ ସେଣ୍ଟରରୁ ଆଚାର୍ଯ୍ୟ ହୃଦାନନ୍ଦ ତାଙ୍କ ସହଯୋଗୀମାନଙ୍କ ସହ ଆସି ରୋଗୀମାନଙ୍କ ପରୀକ୍ଷା କରିବା ସହ ଚିକିତ୍ସା କରିଥିଲେ । ଗ୍ରାମର ଅନେକ ବାତ ରୋଗୀ ତଥା ଆଣ୍ଠୁଗଣ୍ଠି ରୋଗରେ ପୀଡିତ ବୃଦ୍ଧ ଓ ବୃଦ୍ଧାଙ୍କୁ ଫିଜିଓଥେରାପି ଚିକିତ୍ସା ପ୍ରଦାନ କରାଯାଇଥିଲା ଯେଉଁଥିରେ ଅନେକ ରୋଗୀ ଆରୋଗ୍ୟ ଲାଭ କରିଥିଲେ । ତେବେ ଆଜିର ଏହି ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପାଇଁ ଶ୍ରୀଗୀଡ଼ା ପଞ୍ଚାୟତବାସୀ ଆୟୋଜକ ତଥା ସରପଞ୍ଚ ଲୋକେଶ କୁମାର ସାହୁଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.