ଜରାସିଂହା ବିଏନ୍‌ଏଏ ସଭାପତି ଜୟକୃଷ୍ଣ ପୁଟେଲଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହାର ସର୍ବ ପୁରାତନ ଅନୁଷ୍ଠାନ ବ୍ରଜେନ୍ଦ୍ର ନାରାୟଣ ଏଥେଲେଟିକ ଏସୋସିଏସନର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଜୟକୃଷ୍ଣ ପୁଟେଲଙ୍କ ଶୁକ୍ରବାର ସକାଳ ୭ଟା ସମୟରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ତାଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ । ଶେଷ ସମୟରେ ଧମପତ୍ନୀ ସୁଲୋଚନାଙ୍କ ସହ ପରିବାର ବର୍ଗ ଉପସ୍ଥିତ ଥିଲେ । ପୁଟେଲଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କେବଳ ଜରାସିଂହା ନୁହେଁ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶେଷ ଦର୍ଶନ ପାଇଁ ପଡ଼ୋଶୀ, ଗ୍ରାମବାସୀ ତଥା ବନ୍ଧୁବାନ୍ଧବ ସୁଅ ଛୁଟିଥିବା ଓ ଘରକୁ ଆସି ଶେଷ ଦର୍ଶନ କରିବା ସହ ଶୋକାକୁଳ ପରିବାରକୁ ସମବେଦନା ଜଣାଇଥିଲେ । ସୋନଗଡ଼ ନଦୀର ନିଶିଗୁଡ଼ିଘାଟରେ ଶେଷକୃତ୍ୟ କରାଯାଇଥିଲା । ପୁତୁରା ରୁନା ପୁଟେଲ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.