ମିଲେଟ ଚାଷ ସମ୍ୱନ୍ଧୀୟ ତାଲିମ ଓ ବିହନ ବଣ୍ଟନ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନୁନିଆପାଲି ପଞ୍ଚାୟତର ପାଣ୍ଡେସରା, ନଅଗାଁ (ଖ ) ଓ ବଡ଼ଟିକା ଗ୍ରାଁରେ ପଲ୍ଲୀ ଆଲୋକ ପାଠାଗାର ତରଫରୁ ମିଲେଟ ଚାଷ ଉପରେ ତାଲିମ ଓ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ଚାଷୀ ହାଇବ୍ରିଡ଼ ବିହନ ସାଙ୍ଗକୁ ରାସାୟନିକ ଔଷଧ ଓ ସାର ପ୍ରୟୋଗକୁ ଗୁରୁତ୍ୱ ଦେଇ ଅଧିକ ଅମଳ କରିବାକୁ ଚିନ୍ତା କରୁଛି । କିନ୍ତୁ କୃଷିକାର୍ଯ୍ୟରେ ରାସାୟନିକ ସାମଗ୍ରୀର ବ୍ୟବହାର ଯୋଗୁଁ ପ୍ରଭୁତ କ୍ଷତି ସାଧନ ହେଉଛି । ତେଣୁ ଏହି ତାଲିମରେ ପାରମ୍ପରିକ ଦେଶୀ ବିହନ ଯଥା ମାଣ୍ଡିଆ, ଗୁର୍ଜି, କୁଦୋ, ସୁଆଁକୁ କିଭଳି ଅଧିକରୁ ଅଧିକ ଲୋକେ ଜୈବିକ ପଦ୍ଧତିରେ ଚାଷ କରିବେ ସେ ଉପରେ ଚାଷୀଙ୍କୁ ସଚେତନ କରାଯାଇ ଦେଶୀ ବିହନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ପ୍ରଶାନ୍ତ କୁଅଁର ଓ ପିଣ୍ଟୁ ପଧାନ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.