ମଧ୍ୟାହ୍ନ ଭୋଜନ ମାନ ପରଖିଲେ ବରଗଡ଼ ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଶନିବାର ଦିନ ବରଗଡ଼ ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଷ୍ଟରଟିକ୍ରା ପରିଦର୍ଶନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟର ସୁନାମ ବଜାୟ ରଖିବା ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ରନ୍ଧା ହୋଇଥିବା ମଧ୍ୟାହ୍ନ ଭୋଜନ ନିଜେ ଚାଖି ସନ୍ତୋଷ ପ୍ରକାଶ କରିଥିଲେ । ପରିଷ୍କାର ପରିଚ୍ଛନ୍ନ ସହ ଉତ୍ତମ ଭାବରେ ରାନ୍ଧିଥିବାରୁ ପାଚିକା ସହାୟିକାମାନଙ୍କୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.