oom

ବେଲପଡା ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବେଲପଡା ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପ୍ରକୃତି ବନ୍ଧୁ ତଥା ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଜେନାଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଅଛି । ପ୍ରଥମ ଦିନରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଞ୍ଜନ ପରିଡା, ଉପ ସଭାପତି ମାନିନୀ ପରିଡା ଓ ସମସ୍ତ ସଭ୍ୟ ସଭ୍ୟା, ପୂର୍ବତନ ଛାତ୍ରୀ ଅଙ୍କିତା ପରିଡା ଓ ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପରିବେଶ ସୁରକ୍ଷା ସ୍ଲୋଗାନ ଦେଇ ପ୍ରକୃତିବନ୍ଧୁ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଜେନା ଗ୍ରାମ ସଫେଇ ସହ ଗ୍ରାମ ପରିକ୍ରମା କରାଇଥିଲେ । ପରବର୍ତ୍ତୀ ଦିନଗୁଡିକରେ ‘ଗଛ ଆମର ବନ୍ଧୁ’ ଶୀର୍ଷକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ ଓ କବିତା ଲିଖନ, ତର୍କ, ଗୀତ, ବକ୍ତୃତା, ସ୍ଲୋଗାନ, ପ୍ଲା କାର୍ଡ ତିଆରି ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷାର ମାହୋଲ ସୃଷ୍ଟି କରାଯାଇଥିଲା । ସପ୍ତାହର ଶେଷ ଦିନରେ ଏକ ସଭାର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପରିବେଶବିତ୍‌ ଅପର୍ତ୍ତୀ ମହାପାତ୍ର ଯୋଗଦେଇ ତାଙ୍କର ଓଜସ୍ୱିନୀ ଅଭିଭାଷଣ ପ୍ରଦାନ କରି ସବୁଜ ଘର ଉପରେ ବିଷଦ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ଆବାହକ ପ୍ରକୃତିମିତ୍ର ଆଇନଜୀବୀ ହୃଷୀକେଶ ପାଢ଼ୀ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ଗଛର ଆବଶ୍ୟକତା ଜରୁରୀ ବୋଲି ଅଭିହିତ କରି ତାଙ୍କ ରଚିତ ‘ଆମେ ହସାଇବା ଆମ ପରିବେଶ’ କବିତା ଆବୃତ୍ତି କରି ଛାତ୍ରଛାତ୍ରୀମାନଙ୍କୁ ଚାରା ରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ । ପରିବେଶ ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ପରିସରରେ ଅଁଳା, ବାହାଡା, ହରିଡ଼ା, ବେଲ ଚାରା ରୋପଣ କରାଯାଇଥିଲା । ଶେଷରେ ସମସ୍ତଙ୍କ ସହଯୋଗ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ପ୍ରକୃତିବନ୍ଧୁ ସରୋଜିନୀ ଜେନା ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.