oom

ମା’ ସାହାଜି ଯୁବକ ସଂଘର ନୂତନ କାର୍ଯ୍ୟାଳୟ ପାଇଁ ଭୂମିପୂଜନ ଉତ୍ସବ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଭାରତ ସରକାରଙ୍କ ଦ୍ଵାରା ଅନୁବନ୍ଧିତ ମା’ ସାହାଜି ଯୁବକ ସଂଘ କପିଲାଭଟାର ନୂତନ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ସଂଘର ସଭାପତି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଞ୍ଚାୟତର ସମିତି ସଭ୍ୟ କେଦାର ଭୋଇ, ସମ୍ମାନୀୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ବଙ୍ଗୋମୁଣ୍ଡା ବ୍ଲକ ସଂଯୋଜକ ଜଗନ୍ନାଥ ବେହେରା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଂଘର ସମ୍ପାଦକ ହୁଲେଶ୍ୱର ହଂସ ପରିଚାଳନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଂଯୋଜକ ପୃଥିରାଜ ବାଗ, ସୁନୀଲ କୁମାର ବିଶି, ବିଶ୍ୱଜିତ ହଂସ, ଅଭିଷେକ ହଂସ, ନରଫଳ ହଂସ, ଅମୀର ହଂସ, ଚିନ୍ତା ହଂସ, ଅମରଯଶ ହଂସ, କର୍ଣ୍ଣ ହଂସଙ୍କ ସହ ମା’ ସାହାଜୀ ଯୁବକ ସଂଘର ସମସ୍ତ ସଦସ୍ୟମାନେ ସାମିଲ ହୋଇଥିଲେ । ଦୀର୍ଘ ବର୍ଷ ହେଲା ଏକ ଅସ୍ଥାୟୀ କୋଠରୀରେ କାର୍ଯ୍ୟ ଚାଲୁଥିବା ବେଳେ ବର୍ତ୍ତମାନ ନିଜସ୍ୱ କୋଠା ହେବା ପାଇଁ କାମ ଆରମ୍ଭ ହୋଇଥିବାରୁ ଖୁସିର ଲହରୀ ଖେଳିଯାଇଛି ।

jittmm
Leave A Reply

Your email address will not be published.