ବର୍ଷିୟାନ୍ ଶିକ୍ଷକ ନେତା ଡମ୍ବରୁ ମୁଦୁଲିଙ୍କ ବିୟୋଗ ଶିକ୍ଷକ ଜାତି ପାଇଁ ଏକ ବିରାଟ ଶୂନ୍ୟସ୍ଥାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିଜର ସୁଦୂରପ୍ରସାରୀ ଚିନ୍ତା ଧାରା, ବିବେକଯୁକ୍ତ ବିଚାରଶୀଳତା, ସ୍ପଷ୍ଟବାଦିତା, ବାକ ପଟୁତା, ନିର୍ଭୀକତା, ଉପସ୍ଥିତ ବୁଦ୍ଧିମତା ପାଇଁ ଶିକ୍ଷା ଓ ସମାଜସେବାରେ ସବୁଠି ଜୟ କରିବା ସହ ଜୀବନର ପ୍ରତିଟି ପାହାଚକୁ ସଫଳତାର ସହ ଅତିକ୍ରାନ୍ତ କରି ସୁନାମ ଅର୍ଜନ କରିଥିବା ଶିକ୍ଷକ ନେତା, ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ପ୍ରାକ୍ତନ ସହ ସଂପାଦକ ଡମ୍ବରୁଧର ମୁଦୁଲି(୭୦)ଙ୍କ ବିୟୋଗରେ ଡେଲାଙ୍ଗ, ପିପିଲି, ନିମାପଡ଼ା, ପୁରୀ ଜିଲ୍ଲା ଓ ଓଡ଼ିଶାର ଶିକ୍ଷକ ସମାଜରେ ଦୁଃଖ ଓ ଶୋକର ଛାୟା ଖେଳିଯାଇଛି । ସେ ପ୍ରଥମେ ପିପିଲି ଅଲୋସ୍ତା ଶିକ୍ଷକ ସଂଘର ସଂପାଦକ, ପରେ ନିମାପଡ଼ା ଶିକ୍ଷା ଜିଲ୍ଲାର ସଭାପତି ଓ ଶେଷରେ ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସହ ସଂପାଦକ ଭାବେ ନିଷ୍ଠାର ସହ କାର୍ଯ୍ୟ କରି ଶିକ୍ଷକମାନଙ୍କ ହୃଦୟ ଜିଣିପାରିଥିଲେ । ସେ ବର୍ତ୍ତମାନର ଅବସରପ୍ରାପ୍ତ ଶିକ୍ଷକ ଗୁରୁ ଚରଣ ବଳ, ସ୍ୱର୍ଗତ ଶିକ୍ଷକ ନକୁଳ ପରିଡ଼ା, ପର୍ଶୁରାମ ପ୍ରଧାନଙ୍କୁ ନେଇ୧୯୭୪ରେ ସହଜପୁର ଏମ୍‌.ଇ.ବିଦ୍ୟାଳୟ ନିଜ ବୁଦ୍ଧି ବଳରେ ପ୍ରତିଷ୍ଠା କରିଥିଲେ । ପରେ ୧୯୯୫ମସିହାରେ ବେସରକାରୀ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ମାଧ୍ୟମରେ ରାଜ୍ୟସାରା ତାଲିମ ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସୃଷ୍ଟି କରିବା ସହ ସହଜପୁର ଉଚ୍ଚ ବିଦ୍ୟାଳୟ ଗଢି ତୋଳିବାରେ ତାଙ୍କର ଆପ୍ରାଣ ଉଦ୍ୟମକୁ କଦାପି ଭୁଲି ହେବ ନାହିଁ । ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ବାଲୁଙ୍କେଶ୍ୱର ମନ୍ଦିର, ଅର୍ଦ୍ଧ କପିଳେଶ୍ୱର ମନ୍ଦିର ପ୍ରତିଷ୍ଠା, ମୁଦୁଲି ସାହିରେ ମଙ୍ଗଳା ମନ୍ଦିର ପ୍ରତିଷ୍ଠା କରି ସେ ଜନ ମାନସରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରାଇଛନ୍ତି । ଡେଲାଙ୍ଗ ବ୍ଲକ୍‌ର ରେଞ୍ଚଠାରେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ହେବାରେ ତାଙ୍କର ମଧ୍ୟ ସହଯୋଗ ଥିଲା ।ସେ ପିପିଲି ବ୍ଲକର ସହଜପୁର, କଣାସର ମନ୍ଦାରବସ୍ତ, ଡେଲାଙ୍ଗର ପ୍ରହରାଜପୁର, ବରପଦା, ଖେଲାଉର, ବ୍ରାହ୍ମଣ ତରବୋଇ ବିଦ୍ୟାଳୟରେ ଦକ୍ଷତାର ସହ କାର୍ଯ୍ୟ କରି ନିଜ ପ୍ରତିଭାର ପରାକାଷ୍ଠା ପ୍ରତିପାଦନ କରିଛନ୍ତିି । ଶୈକ୍ଷିକ ସେବା ସହ ସାଧାରଣ ଜନତା, ସାମୂହିକ ହିତ, ଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ ଅହରହ ଲଢେଇ କରି ସର୍ବଦା ଆଗକୁ ଯାଉଥିଲେ । ତାଙ୍କ ବିୟୋଗରେ ପିପିଲି ଡେଲାଙ୍ଗ ବିଇଓ ରବିନାରାୟଣ ନନ୍ଦ, ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସଂପାଦକ ପ୍ରକାଶ ଚନ୍ଦ୍ର ଜେନା, ସଭାପତି ଭାଗ୍ୟଧର ପ୍ରଧାନ, ସୁନାମଧନ୍ୟ ବକ୍ତା କବି ସୂର୍ଯ୍ୟ ମିଶ୍ର, ଅଲୋସ୍ତା ଶିକ୍ଷକ ସଂଘ ନେତା ମାଧବ ବିଶ୍ୱାଳ, ସୁବାସ ଚନ୍ଦ୍ର ରଥ, ପଞ୍ଚାନନ ସ୍ୱାଇଁ, କବି ଗୋବିନ୍ଦ ଫାରୁକ୍, ପିପିଲିର ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ଦାଶ, ବେଣୁଧର ରାଉତ, ଧଡୁ ପୃଷ୍ଟି, ବଳରାମ ସନ୍ତାପ, ବ୍ରଜବନ୍ଧୁ ଭଟ୍ଟ, ହୃଦାନନ୍ଦ ସ୍ୱାଇଁ, ନାରାୟଣ ପ୍ରସାଦ ସିଂହ, ଦୁର୍ଗା ଚରଣ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ପୀତବାସ ମହାନ୍ତି, ପିପିଲିର ପୂର୍ବତନ ଶିକ୍ଷା ଜିଲ୍ଲା ନିରୀକ୍ଷକ ଗଦାଧର ବେହେରା, ପୁରୀ ଜିଲ୍ଲାର ଭିନ୍ନ ଭିନ୍ନ ବ୍ଲକର ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ, ଆର୍ତ୍ତତ୍ରାଣ ମିଶ୍ର, ବସନ୍ତ ମିଶ୍ର, ଚିତ୍ତରଞ୍ଜନ ସ୍ୱାଇଁ, ପ୍ରମୋଦ ପରିଡ଼ା, ଯୁଧିଷ୍ଠିର ପରିଡ଼ା, କମାକନ୍ତିଆର ଅବସରପ୍ରାପ୍ତ ଏବିଇଓ ପ୍ରମୋଦା ଦାଶ, ପିପିଲି ବ୍ଲକ୍‌ର ପ୍ରଧାନ ଶିକ୍ଷକ ରବିନ୍ଦ୍ର ସାହୁ ସହଜପୁର ସ୍କୁଲର ଶିକ୍ଷକ ନିରଞ୍ଜନ ମହାରଣା, ସିଆର୍‌ସିସି ମନୋଜ ମହାରଣା, ଜଗନ୍ନାଥ ପରିଡ଼ା, ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସୁଷମା ଦାଶ, ରଶ୍ମିରାଣୀ ମିଶ୍ର, ବଟକୃଷ୍ଣ ଦାଶ, ଗୁଣନିଧି ସ୍ୱାଇଁ, ଯୋଗେନ୍ଦ୍ର ସାମନ୍ତରାୟ, ନିରଞ୍ଜନ ସାହୁ, ଶିକ୍ଷକ ନେତା ପ୍ରହଲ୍ଲାଦ ସ୍ୱାଇଁ, ପ୍ରାଥମିକ ସଂଘ ସଭାପତି ଦିଗମ୍ବର ରଥ, ସଂପାଦକ ପ୍ରଶାନ୍ତ ଦାସ, ଡେଲାଙ୍ଗର ପୂର୍ବତନ ଅଧ୍ୟକ୍ଷ ସତ୍ୟବାଦୀ ସ୍ୱାଇଁ, ଡେଲାଙ୍ଗ ଏବିଇଓ ଲକ୍ଷ୍ମଣ ପ୍ରଧାନ, ସୁଷମା ଦାଶ, ସମାଜସେବୀ ଡଃ କ୍ଷେତ୍ରବାସୀ ପ୍ରଧାନ, କାଶୀନାଥ ମହାପାତ୍ର, ବିଜୟ ପ୍ରଧାନ, ଶିକ୍ଷକ ଗୋପାଳ ମହାପାତ୍ର, ପ୍ରକାଶ ଜେନା, ଅମରେନ୍ଦ୍ର ମଙ୍ଗରାଜ, ଚନ୍ଦ୍ରଶେଖର, ବିଚିତ୍ରାନନ୍ଦ ନାୟକ, ଅଭୟ ସାହୁ, ପବିତ୍ର ଜେନା, ଗୋପକୃଷ୍ଣ ତ୍ରିପାଠୀ, ଦିଲ୍ଲୀପ ନାୟକ, ରଶ୍ମି ରଞ୍ଜନ ବଡ଼ଜେନା, ଅଶୋକ ପ୍ରଧାନ, ରମାକାନ୍ତ ବେହେରା, ପ୍ରସନ୍ନ ପାତ୍ର, ବିଷ୍ଣୁପ୍ରିୟା ମହାପାତ୍ର, ଶିକ୍ଷକ ନେତୃତ୍ୱ ବୃନ୍ଦ, କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସ୍ଥାନୀୟ ଜନସାଧାରଣ ଗଭୀର ଶୋକ ବ୍ୟକ୍ତ କରି ଡେଲାଙ୍ଗ ପିପିଲି ଶିକ୍ଷା ଆକାଶର ଉଜଳ ଜ୍ୟୋତିସ୍କ, ମେଳାପୀ ମଣିଷ ସବୁଦିନ ପାଇଁ ଅଦୃଶ୍ୟ ହୋଇଗଲେ ବୋଲି କହିଛନ୍ତିି । ଏକାଧାରରେ ଡମ୍ବରୁ ମୁଦୁଲି ଜଣେ ପ୍ରବୀଣ ଶିକ୍ଷକ, ଦକ୍ଷ ଶିକ୍ଷକ ନେତା, ସୁବକ୍ତା, ସୁସଙ୍ଗଠକ, ସୁସାହିତ୍ୟିକ, ସୁଲେଖକ, ସମାଜ ସେବକ, ସର୍ବୋପରି ସମସ୍ତଙ୍କ ମନ ଜିଣି ପାରୁଥିବା ଜଣେ ଭଲ ମଣିଷ ଭାବେ ଖାଲି ଡେଲାଙ୍ଗ ପିପିଲି କାହିଁକି ସମଗ୍ର ରାଜ୍ୟର କୋଣ ଅନୁକୋଣରେ ବେଶ ପ୍ରତିଷ୍ଠିତ ଓ ପରିଚିତ ଥିଲେ । ସେ ଆନୁଷ୍ଠାନିକ, ସାମୂହିକ, ସାଙ୍ଗଠନିକ କାମରେ ନିଜକୁ ସଦା ସର୍ବଦା ନିୟୋଜିତ ରଖି ସମସ୍ତଙ୍କୁ ସତ୍ ସାହାସ ଦେଉଥିଲେ । କୃଷକ, ସଙ୍ଗୀତଜ୍ଞ, ରାଜନୀତିଜ୍ଞ, ସାମ୍ବାଦିକ, ସାହିତ୍ୟିକ, ଶିକ୍ଷାବିତ୍, ସାଧାରଣ ଜନତା ସମାଜର ସବୁବର୍ଗର ବ୍ୟକ୍ତିଙ୍କ ସହ ତାଙ୍କର ସୁମଧୁର ସମ୍ପର୍କ ଥିଲା । ସହଜପୁରଠାରେ ମରଶରୀର ପହଞ୍ଚିବା ପରେ ତାଙ୍କର ଅତି ନିଜର ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ନିତ୍ୟାନନ୍ଦ ସ୍ୱାଇଁ, ପ୍ରାକ୍ତନ ଶିକ୍ଷକ ଗୁରୁ ଚରଣ ବଳ, ରାଜକିଶୋର ପ୍ରଧାନ, ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ, ଅନ୍ତରଙ୍ଗ ଶିକ୍ଷକ ଅଭୟ ଚରଣ, ସାହୁ, ରବିନ୍ଦ୍ର ବେହେରା, ଭଗବାନ ସାହୁ, ଅମରେନ୍ଦ୍ର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହୁ, ଲକ୍ଷ୍ମୀଧର ବସ୍ତିଆ, ଫକିର ଚନ୍ଦ୍ର ଦାସ, ଦୀପକ ଛାଟୋଇ, ସମାଜସେବୀ ରାଜକିଶୋର ପରିଡ଼ା, ବୁଦ୍ଧିଜୀବୀ ସୁବଳ ବଳ, କୈଳାସ ବଳଙ୍କ ସହ ଅନେକ ଛାତ୍ରଛାତ୍ରୀ, ଜ୍ଞାତି କୁଟୁମ୍ବ, ସ୍ଥାନୀୟ ଓ ପାଖ ପଡିଶା ଗ୍ରାମବାସୀ ବୃନ୍ଦ ମର ଶରୀରରେ ପୁଷ୍ପମାଳ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ତାଙ୍କ ପାର୍ଥିବ ଶରୀରକୁ ଏକ ଶୋକାକୁଳ ପରିବେଶରେ “ଡମ୍ବରୁ ସାର୍ ଅମର ରହେ” ପ୍ରକମ୍ପିତ ଧ୍ୱନିରେ ଗ୍ରାମ ପରିକ୍ରମା କରାଯାଇ ସ୍ୱର୍ଗ ଦ୍ୱାର ନିଆଯାଇଥିଲା । ଦୁଇ ପୁତ୍ର ଦୀପ୍ତିକାନ୍ତ ଓ ସୂର୍ଯ୍ୟକାନ୍ତ ମୁଦୁଲି ମୁଖାଗ୍ନି ଦେଇଥିଲେ । କନ୍ୟା ରଶ୍ମି ରଞ୍ଜିତା, ଝିଆରୀ ଗାୟତ୍ରୀ, ରମେଶ ମୁଦୁଲିଙ୍କ ସହ ବନ୍ଧୁ କୈଳାସ ମୁଦୁଲି, ଆପଣାର ଶିକ୍ଷକ ଅଭୟ ସାହୁ, ଚୈତନ୍ୟ ସେଠୀ, ଛାତ୍ର ଅକ୍ଷୟ ରାଉତ, ନିରଞ୍ଜନ ପରିଡ଼ାଙ୍କ ସହ ଅନ୍ୟମାନେ ସ୍ୱର୍ଗଦ୍ୱାରେ ଅନ୍ତିମ ସଂସ୍କାରରେ ସାମିଲ ହୋଇ ତାଙ୍କୁ କୋହଭରା ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ବିୟୋଗ ଶିକ୍ଷକ ସମାଜ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ବୋଲି ସାଧାରଣ ଜନତା ଓ ବୁଦ୍ଧିଜୀବୀମାନେ ଚର୍ଚ୍ଚା କରୁଛନ୍ତି । ତାଙ୍କ ଭଳି ଜଣେ ଉଦାର ଚେତା, ସଂଗ୍ରାମୀ, ସଂଘ ପ୍ରେମୀ ଶିକ୍ଷକ ଆଜିର ସମାଜରେ ବାସ୍ତବରେ ପ୍ରାୟତଃ ଖୁବ୍ କମ୍ ବୋଲି ସବୁଆଡୁ ଶୁଣିବାକୁ ମିଳୁଛି । ଆସନ୍ତା ୨୫ତାରିଖ ମଙ୍ଗଳବାର ଦିନ ସହଜପୁରଠାରେ ଆୟୋଜିତ ସ୍ମୃତିଚାରଣ ସଭାରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷକ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବା ପାଇଁ ସ୍ଥିର ହୋଇଛି । ଶିକ୍ଷକ ସମାଜ ଓ ସଜନମାନଙ୍କୁ ଉକ୍ତ ସଭାରେ ଯୋଗ ଦେବାକୁ ପୁତ୍ର ଦୀପ୍ତିକାନ୍ତ, ସୂର୍ଯ୍ୟକାନ୍ତ ଓ ଶିକ୍ଷକ ଅଭୟ ସାହୁ ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!