csstore

ନବମ ଶ୍ରେଣୀ ପାଇଁ ଉଦ୍ଧିଷ୍ଟ ଉତ୍କର୍ଷ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ପାଇଁ ଉଦ୍ଧିଷ୍ଟ ଉତ୍କର୍ଷ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ବିଜ୍ଞାନ ଓ ଇଂରାଜୀ ବିଭାଗର ଆରମ୍ଭ ହୋଇଯାଇଛି । ଏହି ଅବସରରେ ବିଜ୍ଞାନ ବିଭାଗରେ ଉପଜିଲ୍ଲାପାଳ ସଦାକର କୁମ୍ଭାର ଏବଂ ଇଂରାଜୀ ବିଭାଗରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ରାଜ ବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ, ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭମ୍ ପତି ଯୋଗ ଦେଇଥିଲେ । ସୁରେନ୍ଦ୍ର କୁମାର ଭୋଇ ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ପାଇକମାଲ ବରିଷ୍ଠ ଶିକ୍ଷା ଗୋଷ୍ଠୀ ଅଧିକାରୀ ଚୂଡ଼ାମଣି ବାରିକ ସଭାପତିତ୍ୱ କରିଥିଲେ । ବିଜ୍ଞାନ ବିଭାଗରେ ଟୁନା କର୍ଣ୍ଣ ଓ ସଞ୍ଜୀବ କୁମାର ପ୍ରଧାନ ଆର୍.ପି ହୋଇଥିବା ବେଳେ ଇଂରାଜୀ ବିଭାଗରେ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଓ ଯତୀନ୍ଦ୍ର ଦୀପ ଆର୍.ପି ଭାବେ ପ୍ରଶିକ୍ଷଣ ଦେଇଥିଲେ । ପଦ୍ମପୁର ଉପଖଣ୍ଡର ୧୩୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସଫଳ ପୂର୍ବକ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ସଭାକୁ ସଫଳ କରିବା ପାଇଁ ଜ୍ୟୋତ୍ସା ରାଣୀ ସାହୁ, ଜୀବନାନନ୍ଦ ସାହୁ, ମିନତୀ ଦାଶ ମାନସ ରଞ୍ଜନ ଶତପଥୀ, ରବୀନା ପଧାନ, ସଂଯୁକ୍ତା ଭୋଇ, ଜ୍ୟୋତି ରେଖା ମହାନନ୍ଦ, ଚକ୍ରଧର ନାୟକ, ମମତା ମିଶ୍ର, ପ୍ରଭାତୀ ପଟ୍ଟନାୟକ, ନିଳୀମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର ସହାୟତା କରିଥିଲେ ।

jayashree
Leave A Reply

Your email address will not be published.