ମହାନତା ଦେଖାଇଲେ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ସ୍ଵପ୍ନେଶ୍ଵର ସାହୁ

ବରଗଡ, (ନିରୋଜ କୁମାର ପାଣୀ) : ସୋହେଲା ଦଶମାଇଲ୍ ଛକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାଖରେ ଆଜି ସକାଳ ପ୍ରାୟ ୯.୩୦ ମିନିଟ୍‌ ସମୟରେ ବାଉସେନମୁରା (ସାହାଜବାହାଲ)ର ଅର୍ଜୁନ ମେହେର ନିଜ ମୋଟରସାଇକେଲରେ ଯାଉଥିବା ସମୟରେ ତାଙ୍କର ପର୍ସ ପଡିଯାଇଥିଲା । ସେହି ସମୟରେ ଦଶମାଇଲ ଛକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ସ୍ଵପ୍ନେଶ୍ଵର ସାହୁ ସେହି ରାସ୍ତା ଦେଇ ଆସୁଥିଲେ ଏବଂ ପର୍ସଟିକୁ ପାଇଥିଲେ । ପର୍ସରେ ଥିବା ନଗତ ୬୦୦୦ ଟଙ୍କା, ଆଧାର କାର୍ଡ, କିଛି ଜରୁରୀ କାଗଜପତ୍ର ସବୁତକ ଦେଖିବା ପରେ ପର୍ସ ହଜାଇଥିବା ବ୍ୟକ୍ତିଙ୍କ ବିଷୟରେ ପରିଚୟ ପାଇଥିଲେ ଓ ତାଙ୍କର ମୋବଇଲ ନମ୍ବର ସାହାଯ୍ୟରେ ତାଙ୍କର ସହିତ ଯୋଗାଯୋଗ କରିଥିଲେ । ତେବେ ଆଜି ଅପରାହ୍ନ ୪.୩୦ ମି. ସମୟରେ ଅର୍ଜୁନ ମେହେର ଦଶମାଇଲ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରକୁ ଆସି ଗୁରୁଜୀଙ୍କଠାରୁ ତାଙ୍କ ପର୍ସ ଗ୍ରହଣ କରିଥିଲେ ଏବଂ ନିଜ ହଜିଯାଇଥିବା ଟଙ୍କା ସହିତ ଜରୁରୀ କାଗଜପତ୍ର ଫେରିପାଇ ଗୁରୁଜୀଙ୍କୁ ଧନ୍ୟବାଦ ଜଣାଇଥିଲେ । ତେବେ ସ୍ଵପ୍ନେଶ୍ଵର ଗୁରୁଜୀଙ୍କ ମହତ କାର୍ଯ୍ୟ ଦେଖି ବୁଦ୍ଧିଜୀବୀ ମହଲରେ ଲୋକେ ପ୍ରସଂଶା କରିଛନ୍ତି ।

Leave A Reply

Your email address will not be published.