ଜିଲ୍ଲା ଖାଉଟି ଉପଭୋକ୍ତା କର୍ମଶାଳା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ) : ସ୍ଥାନୀୟ ଅମଲା ଭବନ ପରିସରରେ ଜିଲ୍ଲା ଖାଉଟି ଉପଭୋକ୍ତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଦିତ୍ୟ ଶିକ୍ଷା ଓ ଚେରିଟେବଲ୍‌ ଟ୍ରଷ୍ଟ ଦ୍ୱାରା ତଥା ଜିଲ୍ଲା ଖାଉଟି ଅଦାଲତ ସହାୟତାରେ ଆୟୋଜିତ କର୍ମଶାଳାରେ ଟ୍ରଷ୍ଟର ମୁଖ୍ୟ ଶଙ୍କର୍ଷଣ ତ୍ରିପାଠି ଓ ଉପଦେଷ୍ଟା ଏସ୍‌.କିରନଙ୍କ ମାର୍ଗ ଦର୍ଶନରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ରୂପେ ଜିଲ୍ଲା ଓକିଲ ସଂଘ ସଭାପତି ଅମ୍ବରେଶ କୁମାର ତ୍ରିପାଠି, ଡ. ବି.ଏନ୍‌.ଶ୍ରୀକାନ୍ତ, ଉମାକାନ୍ତ ହୋତା, ବାସନ୍ତି ଦେବୀ, ଶଶୀଭୂଷଣ ପୁରୋହିତ, ପୀତବାସ ପଣ୍ଡା, ସୋମ୍ୟରଂଜନ ଦ୍ୱାରୀ ପ୍ରମୁଖ ଯୋଗ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ରବିନ୍ଦ୍ର ନାରାୟଣ ତ୍ରିପାଠିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଯୋଗାଣ ଅଧିକାର ମୀର୍‌ ରାଜା ଅଲ୍ଲୀ, ମୁଖ୍ୟବକ୍ତା ଭାବେ ଜ୍ୟୋସ୍ନାରାଣୀ ମିଶ୍ର, ସମ୍ମାନିତ ଅତିଥି ଭାବେ ଉମାକାନ୍ତ ହୋତା, ହିମାନୀ ତ୍ରିପାଠି ଯୋଗ ଦେଇଥିଲେ । ଅଶୋକ କୁମାର ମେହେର ଅତିଥି ପରିଚୟ ସହିତ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ କବି ନବ କିଶୋର ବେହେରା । ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗି ବିନ୍ଦିଆ ବେହେରା, ରାଜଶ୍ରୀ ସୁବୁଦ୍ଧି, ପ୍ରିୟଙ୍କା ମହାପାତ୍ର, ଜୟଗୋପାଳ ମିଶ୍ର, ଡିଲେଶ୍ୱର ସାହୁ, ତସ୍ମିନ ଆଫ୍ରିନ ଓ ରିତିକ୍‌ ମହାନନ୍ଦଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ମିତ୍ରଭାନୁ ସାହୁ ।

Leave A Reply

Your email address will not be published.