ସର୍ବାଧିକ ଭୋଟରେ ରାଜ୍ୟ ବାର କାଉନସିଲ ସଦସ୍ୟ ଭାବେ ବିଜୟୀ ହେଲେ ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ବାର କାଉନସିଲ ପାଇଁ ହୋଇଥବା ନିର୍ବାଚନରେ ବ୍ରହ୍ମପୁରର ଜଣାଶୁଣା ଆଇନଜୀବୀ ପୀତବାସ ପଣ୍ଡା ବିପୁଳ ଭୋଟରେ ବିଜୟୀ ହୋଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ପ୍ରଥମ ରାଉଣ୍ଡରେ ରାଜ୍ୟରେ ସର୍ବାଧିକ ଭୋଟ୍ ପାଇବା ପରେ ମ୍ୟାଜିକ ନଂ-୧, ଭୋଟ୍ ପାଇ ପ୍ରଥମେ ବିଜୟୀ ହେବାର ଗୌରବ ଅର୍ଜନ କରିଛନ୍ତି । ଦୀର୍ଘ ଦଶ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ସମଗ୍ର ଓଡିଶାରୁ ୯୬ ଜଣ ଆଇନଜୀବୀ ପ୍ରତିଦ୍ୱନ୍ଦିତା କରିଥିଲେ । ଏଥିରେ ରାଜ୍ୟରୁ ପ୍ରାୟ ୨୭୨୮୯ ଜଣ ଆଇନଜୀବୀ ନିଜର ମତଦାନ କରିଥିଲେ । ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ୧୦୩୩ ଭୋଟ୍ ପାଇ ସମଗ୍ର ରାଜ୍ୟରେ ପ୍ରଥମ ହୋଇଥିଲେ । ରାଜ୍ୟସଭା ନିର୍ବାଚନ ଶୈଳୀରେ ଗଣାଯାଉଥିବା ଏହି ଭୋଟ୍‌ରେ ରାଜ୍ୟରୁ ୨୫ଜଣ ଓକିଲ ନିର୍ବାଚିତ ହେବେ ।

Leave A Reply

Your email address will not be published.