ଟ୍ରାଫିକ ପୋଲିସଙ୍କ ମହାନତା, ଗୁରୁତର ସ୍କୁଟି ଚାଳକଙ୍କୁ ପହଞ୍ଚାଇଲେ ଡାକ୍ତରଖାନା

  • ବଲାଙ୍ଗିର ସହରର ପାଟଣା ଛକରେ ସ୍କୁଟିକୁ ଧକ୍କା ଦେଇ ବୋଲେରୋ ଫେରାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ପାଟଣା ଛକରେ ପୂର୍ବାହ୍ନ ୯ଟା ସମୟରେ ଏକ ସ୍କୁଟିକୁ ଧକ୍କା ଦେଇ ଏକ ବୋଲେରୋ ଫେରାର୍‌ ମାରିଥିବା ବେଳେ ସ୍କୁଟି ଚାଳକ ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରେ ପଡ଼ି ରହିଥିଲେ । ଏତିକି ବେଳେ ସଙ୍ଗେ ସଙ୍ଗେ ଟ୍ରାଫିକ ପୋଲିସ ଜୟନ୍ତୀ ସୁନା ସ୍କୁଟି ଚାଳକଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିବା ଜଣାପଡିଛି । ସ୍କୁଟି ଚାଳକ ଜଣକ ତୁଷୁରା ନିକଟସ୍ଥ ସମରା ନିବାସୀ ମଙ୍ଗଳୁ ପ୍ରଧାନ (୫୫)ବୋଲି ଜଣାପଡିଛି । ତେବେ ଟ୍ରାଫିକ ପୋଲିସ ଜୟନ୍ତୀ ସୁନାଙ୍କ ଏଭଳି ସମୟ ଉପଯୋଗୀ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.