oom

ଭାରତୀୟ ବିଦ୍ୟା ନିକେତନ ବିଲେଇସର୍ଡାରେ ମାତୃ ସମ୍ମିଳନୀ ଅନୁଷ୍ଠିତ

jsmm

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଳକ୍‌ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଭାରତୀୟ ବିଦ୍ୟା ନିକେତନରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଶଶୀକଳା ସାହୁଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ୫୦ରୁ ଊଦ୍ଧ୍ୱର୍ ମାଁ ଯୋଗ ଦେଇଥିଲେ । ସମାଜକୁ ଉଚିତ୍‌ ପଥ ପ୍ରଦର୍ଶନ କ୍ଷେତ୍ରରେ ମା’ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅଧ୍ୟକ୍ଷା ଶ୍ରୀମତୀ ସାହୁ ନିଜ ବକ୍ତବ୍ୟରେ କହିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ସଙ୍ଗୀତା ଭୁଏ, ତୃପ୍ତିମୟୀ ପଣ୍ଡା, ଚୁମକି ବିଶି, ମୀନା ବାଗ, ରୀତା ମେହେର, ରୀତାଞ୍ଜଳି ବାଗ, ପଦ୍ମାଳୟା ପଧାନ ପ୍ରମୁଖ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଗଠନମୂଳକ ମତାମତ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିଶୁ ଭଉଣୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସେବିକା ପ୍ରମୋଦିନୀ ଭୋଇ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.