କୁଡାସିଂହା ବୁଢ଼ାଡଙ୍ଗର କଲେଜରେ ବନମହୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ବଲାଙ୍ଗିର ସଦର ବ୍ଲକ୍‌ କୁଡ଼ାସିଂହା ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବନମହୋତ୍ସବ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣର ଉପାଦେୟତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁବ ରେଡକ୍ରସ୍ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ବିଜୟ ମିଶ୍ର, ନିତ୍ୟାନନ୍ଦ ସିର୍ଦ୍ଧାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅକ୍ଷୟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରେବତ ଜାଲ, ନରେଶ ଚନ୍ଦ୍ର ମିଶ୍ର, ସୁବିନ୍ଦ୍ର ବାଗ, ଚିନ୍ମୟୀ ରାଣୀ ମିଶ୍ର, ଗଙ୍ଗାଧର ସାହୁ, ବଳଭଦ୍ର ବଣ୍ଡା, କରୁଣାକର ମେହେର, ରମେଶ ସାହୁ, ଅଶୋକ ସାହୁ ପରିଚାଳନାରେ ସହଯୋଗ କରିଥିଲେ । ସଭା ଶେଷରେ ଛାତ୍ରଛାତ୍ରିମାନଙ୍କ ଦ୍ଵାରା ବୃକ୍ଷରୋପଣ ହୋଇଥିଲା ।

Leave A Reply

Your email address will not be published.