csstore

ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କର ପ୍ରାକ୍ ପରିମାର୍ଜନ ସର୍ବେକ୍ଷଣ ପାଇଁ ତାଲିମ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନର ପ୍ରସ୍ତୁତି ସ୍ୱରୂପ ଆଜି ରାଜବୋଡାସମ୍ବର ବ୍ଲକର ସମ୍ମିଳନୀ ଗୃହରେ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କର ଏକ ପ୍ରାକ୍ ପରିମାର୍ଜନ ସର୍ବେକ୍ଷଣ ପାଇଁ ତାଲିମ୍‌ କାର୍ଯ୍ୟକ୍ରମ ହୋଇଯାଇଛି । ଏଥିରେ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ଯୋଗଦେଇ ସମସ୍ତ ବିଏଲଓ ମାନଙ୍କୁ ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ଉତ୍ସାହିତ କରିଥିଲେ । ଗଣତନ୍ତ୍ରରେ ପ୍ରତିଟି ‘ଭୋଟ୍’ର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀକୁମ୍ଭାର ବୁଥ୍‌ସ୍ୱରରୁ ଯେପରି ନିର୍ଭୁଲ ଭାବରେ ଭୋଟର ତାଲିକା ପ୍ରସ୍ତୁତ କରାଯାଇ ପାରିବ ସେଥିପାଇଁ ବିଶେଷ ଭାବରେ ଧ୍ୟାନ ଦେଇ ଦାୟିତ୍ଵ ନିର୍ବାହ କରିବାକୁ ସମସ୍ତ ବିଏଲଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ ଏହି ପ୍ରାକ୍ ପରିମାର୍ଜନ ସର୍ବେକ୍ଷଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକ ଯୋଗଦେଇ ଏହି ସର୍ବେକ୍ଷଣର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ତୁଷାର ବେହେରା ପାୱାର୍ ପଏଣ୍ଟ ମାଧ୍ୟମରେ ଏହି ସର୍ବେକ୍ଷଣ ପ୍ରକ୍ରିୟା ବିଷୟରେ ସବିଶେଷ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.