csstore

ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁଦକ୍ଷିଣା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା,(ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ସଦରଠାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରଠାରେ ଆଜି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁଦକ୍ଷିଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଧ୍ୱଜ ପୂଜନ ସହିତ ପ୍ରାର୍ଥନା କରାଯାଇଥିଲା । ପରେ ଗୁରୁଶିଷ୍ୟ ପରମ୍ପରା ହିସାବରେ ଗୁରୁଦକ୍ଷିଣା କାର୍ଯ୍ୟକ୍ରମ କରାଗଲା । ଏହି କାର୍ଯ୍ୟକ୍ରମରେ ଡ.ନାରାୟଣ ମିଶ୍ର ଦୀପ ପ୍ରଜ୍ଜ୍ୱଳନ କରିଥିଲେ, ଥବିର ଚନ୍ଦ୍ର ବାଗ, ଭଜ ରାମ ସାହୁ, ଅର୍ଧେନ୍ଦୁ କୁମାର ଦାସଯାଦ, କୃଷ୍ଣ ରଣା, ଜିଲ୍ଲା ପ୍ରଚାରକ ସନ୍ତୋଷ ବେହେରା, ସନ୍ତୋଷ ସାହୁ, ପ୍ରଧାନ ଆଚାର୍ଯ୍ୟ କନ୍ଦର୍ପ ଦାସ ଏବଂ ଗୁରୁଜୀ ବୃନ୍ଦ ସମସ୍ତେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.