ସରକାରୀ ସହାୟତା ପାଇଲେ ଅସହାୟ ମହିଳା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଉପକଣ୍ଠ ଆଡ଼ଗାଁ ଗ୍ରାମର ପୁଷ୍ପା ଭୁଏ ଗତ ତିନିବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ପୋଖରୀରେ ବୁଡି ମୃତ୍ୟବରଣ ହେବା ପରେ ଅତି ଅସହାୟ ଅବସ୍ଥାରେ ଦୁଇ ଶିଶୁ ସହିତ ଝାଟିମାଟି ଘରେ ଜୀବନ ବିତାଉଥିଲେ । ତେବେ ଉକ୍ତ ପରିବାର ବିଷୟରେ ଖବର ପାଇଁ ଗତ ମାସରେ ସଂକଳ୍ପ ପରିବାର ବରଗଡ଼ର ସହଯୋଗରେ ଜିଲ୍ଲା ପ୍ରସାଶନର ଦ୍ୱାରାସ୍ତ ହୋଇଥିଲେ । ଯାହା ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ପରେ ଉକ୍ତ ଖବରକୁ ସଂକଳ୍ପ ପରିବାର ତରଫରୁ ୫ଟିକୁ ଟ୍ୱିଟ ମାଧ୍ୟମରେ ସହାୟତା ରାଶି ଯୋଗାଇଦେବାକୁ ଅନୁରୋଧ କରାଯାଇଥିଲା ଏବଂ ୫ଟିର ଆଦେଶ କ୍ରମେ ପ୍ରଶାସନ ତରଫରୁ ତତ୍ପରତା ଦେଖାଯାଇଥିଲା । ଆଜି ମାତ୍ର ଗୋଟିଏ ମାସ ଭିତରେ ପୁଷ୍ପା ଭୁଏଙ୍କ ବ୍ୟାଙ୍କ ଆକାଉଣ୍ଟରେ ଚାରି ଲକ୍ଷ ଟଙ୍କା ସହାୟତା ରାଶି ଜମା ହୋଇଯାଇଛି । ସୂଚନା କ୍ରମେ ଆଡ଼ଗାଁ ନିବାସୀ ସରୋଜ ଭୁଏ ଗତ ତିନିବର୍ଷ ତଳେ ସ୍ଥାନୀୟ ପୋଖରୀକୁ ଶୌଚ କରିବାକୁ ଯାଇଥିବା ବେଳେ ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ । ତାଙ୍କର ମୃତ୍ୟୁ ପରେ ଘରେ ତାଙ୍କର ସ୍ତ୍ରୀ ଏବଂ ଦୁଇ ଛୁଆ ଏକାକି ରହୁଥିଲେ । ପାଣିରେ ବୁଡି ମୃତ୍ୟବରଣ କରିଲେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଚାରି ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦେଉଥିବା ବେଳେ ଆବଶ୍ୟକୀୟ ସମସ୍ତ କାଗଜପତ୍ର ଥାଇ ମଧ୍ୟ ବିଧବା ସ୍ତ୍ରୀ ପୁଷ୍ପା ଭୁଏ ଗୋଟିଏ କାର୍ଯ୍ୟାଳୟରୁ ଆଉ ଗୋଟେ କାର୍ଯ୍ୟାଳୟକୁ ଦଉଡି ଦୌଡ଼ି ନୟାନ୍ତ ହେବା ପରେ ଆଉ ଟଙ୍କା ପାଇବାର ଆଶା ଛାଡ଼ିଦେଇଥିଲେ । ସେ କୁଲି ମଜୁରୀ କାମ କରି ଅତି ଦୂରାବସ୍ଥାରେ ଜୀବନ ଯାପନ କରୁଥିଲେ । ଏନେଇ ସ୍ୱେଛାସେବୀ ରାଜକୁମାର ବନଛୋର ଖବର ପାଇବା ପରେ ସଂକଳ୍ପ ପରିବାରର ସହାୟତା ଲୋଡିଥିଲେ ଏବଂ ସଂକଳ୍ପ ପରିବାର ବରଗଡ଼ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହା ଖବରକାଗଜରେ ଶୀର୍ଷକ ସାଜିଥିଲା । ପରବର୍ତ୍ତୀ ସମୟରେ ସଂକଳ୍ପ ପରିବାର ତରଫରୁ ପ୍ରକାଶିତ ଖବରକୁ ୫ଟିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ୫ଟିଙ୍କ ଆଦେଶ ପରେ ଗୋଟିଏ ମାସ ମଧ୍ୟରେ ପୁଷ୍ପା ଭୁଏଙ୍କ ପଞ୍ଜାବ ନେସନାଲ ବ୍ୟାଙ୍କ ଆକାଉଣ୍ଟରେ ଚାରି ଲକ୍ଷ ଟଙ୍କା ଜମା ହୋଇଛି ଓ ପୁଷ୍ପା ଭୁଏଙ୍କ ମଧୁବାବୁ ପେନସନ ମଧ୍ୟ ଗୃହୀତ ହୋଇଛି । ସରକାରଙ୍କ ତରଫରୁ ସହାୟତା ରାଶି ପାଇବା ପରେ ସରକାର ଏବଂ ସଂକଳ୍ପ ପରିବାରକୁ ପୁଷ୍ପା ଭୁଏ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.