ସ୍ମୁତି ଉଦ୍ଦେଶ୍ୟରେ ବୃକ୍ଷରୋପଣ ଓ ସାଂସଦ ପାଣ୍ଠିରୁ ନିର୍ମିତ ମନ୍ଦିର ପାଚେରୀ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ସ୍ଥିତ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ପ୍ରଗତିଶୀଳ ପଣ୍ଡରା ଯୁବାମଞ୍ଚ ରାଜକିଶୋର ଶାଖା ତରଫରୁ ଏକ ସ୍ମୁତି ଉଦ୍ଦେଶ୍ୟରେ ବୃକ୍ଷରୋପଣ ଓ ସାଂସଦ ପାଣ୍ଠିରୁ ନିର୍ମିତ ମନ୍ଦିର ପାରେଚୀ ଉଦ୍‌ଘାଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସରସ୍ଵତୀ ସାହୁ, ପ୍ରଗତିଶୀଳ ପଣ୍ଡରା ଯୁବାମଞ୍ଚ ସଭାପତି ରଘୁରାଜ ସିଂ ସେନାପତି ପ୍ରମୁଖ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ସାଂସଦ ଅନୁଦାନ ପାଣ୍ଠିରୁ ନିର୍ମିତ ମନ୍ଦିର ପାଚେରୀ ଉଦ୍‌ଘାଟନ କରିବା ପରେ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିବା । ସ୍ୱର୍ଗତା ସୁବାଷିନୀ ସାହାଙ୍କ ସ୍ମୁତି ଉଦ୍ଦେଶ୍ୟରେ ନିମନ୍ତ୍ରିତ ଅତିଥି ଉଦବୋଧନ ଦେବା ସହିତ ତାଙ୍କ ଫଟୋଚିତ୍ର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପଣ୍ତରା ସମାଜ ସଭାପତି ଦୀନମଣି ବିଶିଙ୍କ ପୌରୋହିତ୍ୟ ଏହି ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ନରୋତ୍ତମ ସାହା ଏହି ସଭାର ସଂଯୋଜନା କରିଥିଲେ । ସମାଜସେବୀ ତଥା ପ୍ରବଚକ ଭାବରେ କଣ୍ଠେଶ୍ୱର ସାହାଙ୍କୁ ପ୍ରଗତିଶୀଳ ପଣ୍ତରା ଯୁବାମଞ୍ଚ ତରଫରୁ ସାଂସଦଙ୍କ ଦ୍ୱାରା ଏକ ମାନପତ୍ର ପ୍ରଦାନ କରାଯାଇଥିଲା । ରାଜବୋଡାସମ୍ବର ଅଞ୍ଚଳର ୫୪ ଖଣ୍ଡ ଗ୍ରାମରୁ ଆସିଥିବା ପଣ୍ଡରା ସମାଜର ସଦସ୍ୟ ସଦସ୍ୟା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଗତିଶୀଳ ପଣ୍ଡରା ଯୁବାମଞ୍ଚ ଓଡ଼ିଶା ସଂପାଦକ ସୁରେଶ ଚ୍ୟୈହାନ, ଯୁବାମଞ୍ଚ ରାଜବୋଡାସମ୍ବର ଶାଖା ସଂଯୋଜକ ଡମ୍ବରୁଧର ସାହାଙ୍କ ସହ ସମ୍ପାଦକ ଟିକେଲାଲ ବାରିକ, ବିଜୟ ଚ୍ୟୈହାନ, ତୋଷଧର ପାଣ୍ତେ, ପୌଲସ୍ତ୍ୟ ସାହା, ଧର୍ମେନ୍ଦ୍ର ସାହା, ପୀତବାସ ବଡଗୁଛିଆ, ଭୋଜରାଜ ବୁଡେକ, ଖଗେଶ୍ୱର ବୁଡେକ, ଦେବାନନ୍ଦ ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୌକିଲାଲ ସାହା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.