csstore

ଗଙ୍ଗାଧର ମେହେର ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସଦ ଯୁଗଯାତ୍ରୀ ସାହିତ୍ୟ ସଂସଦର ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସଂସଦ ଗୃହରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ହେମନ୍ତ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଭୀମ ଭୋଇ ଜୟନ୍ତୀର ଆୟବ୍ୟୟ ଉପସ୍ଥାପନ କରିଥିଲେ । ଏହା ପରେ ଆଗାମୀ ଅଗଷ୍ଟ ମାସ ତିରିଶ ତାରିଖ ଦିନ ହେବାକୁ ଥିବା ଗଙ୍ଗାଧର ମେହେର ଜୟନ୍ତୀ ପାଳନ ନିମନ୍ତେ ସଭ୍ୟମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁରେନ୍ଦ୍ର ମହାଖୁଡ, ବରିଷ୍ଠ ସଦସ୍ୟ ସଂକୀର୍ତ୍ତନ ଘିଭେଲା, ଉଦୟ ନାଏକ, ହୃଦାନନ୍ଦ ସାହୁ, ପରମାନନ୍ଦ ବିଶି, ନାରାୟଣ ମହାଲିକ, ରାକେଶ ଶତପଥୀ, ମାନସ ରଞ୍ଜନ ପ୍ରହରାଜ, ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.