csstore

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟିର ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଶେଷତଃ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପାନୀୟ ଜଳ ସମସ୍ୟା ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା କାରଣ ପଡାର ଜନସାଧାରଣ ପାଇଁ କେବଳ ଅଧଘଣ୍ଟା ମାତ୍ର ପାନୀୟ ଜଳ ଯୋଗାଯାଉଛି ଯାହା ଫଳରେ ପଡାର ଜନସାଧାରଣ ସୁଚାରୁରୂପେ ପାନୀୟ ଜଳ ପାଇ ପାରୁନାହାନ୍ତି ଏବଂ ବଲାଙ୍ଗିର ମ୍ୟୁନିସିପାଲିଟି ଦ୍ୱାରା ନାଳ ନର୍ଦ୍ଦମା ସଫେଇରେ ଅନିୟମିତତା ହେଉଥିବାରୁ ସହରରେ ମଶା ପ୍ରଦ୍ୟୁଭାବ ବୃଦ୍ଧି ପାଉଅଛି ଏବଂ ଲୋକମାନେ ନାନା ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ପିଡିତ ହେଉଛନ୍ତି । ଏଣୁ ପୋରୌପାଳିକାକୁ ନାଳ ନର୍ଦ୍ଦମା ନିୟମିତ ସଫେଇ କରି ମଶା ତେଲ ନାଳ ନର୍ଦ୍ଦମାରେ ପକେଇବାକୁ ଅନୁରୋଧ କରାଯାଇଥିଲା । ଏହା ବ୍ୟତୀତ ପଡାରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଲଗାଇ ପରିବେଶକୁ ସ୍ୱଚ୍ଛ ରଖିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ସଭାରେ ଉପଦେଷ୍ଟ ପ୍ରଫେସର ତରୁଣ କୁମାର ମିଶ୍ର, ଉପସଭାପତି ଗୋପବନ୍ଧୁ ପୁରୋହିତ, ଆଇନଜୀବୀ ଭବାନୀ ଶଙ୍କର ଶତପଥି, ଅଶୋକ କୁମାର ଚାନ୍ଦ, ଶ୍ୟାମ ସୁନ୍ଦର ଆଚାର୍ଯ୍ୟ, ଦିବାକର ହୋତା, ସତ୍ୟବ୍ରତ ବେହେରା, ଦେବଜ୍ୟୋତି ଯୋଷୀ, ଛବିଲାଲ ବେହେରା ଆଦି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ସଂପାଦକ ପଞ୍ଚାନନ ସେଠ ସଭ୍ୟମାନଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.