jayashree

‘ଭାରତ ବନ୍ଦ’ରେ ପଦ୍ମପୁର ସହରର ସମସ୍ତ ଦୋକାନ ବଜାର ତଥା ଯାନବାହନ ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ତିନିଗୋଟି ବିଲର ପ୍ରତିବାଦ କରି ଆଜି ଚାଷୀ ସମାଜ ରାଜରାସ୍ତାରେ । ଏହି ତ୍ରୁଟିପୂର୍ଣ୍ଣ କୃଷି ବିଲକୁ ଫେରେଇ ନେବା ପାଇଁ ଗତ ଏଗାର ଦିନ ହେଲା ବିଭିନ୍ନ କୃଷକ ସଙ୍ଗଠନର ହଜାର ହଜାର ଚାଷୀ ଦେଶର ରାଜଧାନୀକୁ ଘେରି ବସିଛନ୍ତି । ବାରମ୍ବାର ସରକାରଙ୍କ ସହିତ ଆଲୋଚନା କରି ମଧ୍ୟ ନିରାଶ ହେଉଛନ୍ତି ଅନ୍ନଦାତା । ଚାଷୀସମାଜର ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଅନ୍ନଦାତାଙ୍କୁ ଭୁଆଁ ବୁଲେଇବାର ପ୍ରୟାସ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏହି ତିନିଗୋଟି କୃଷକ ବିରୋଧୀ ବିଲକୁ ଫେରେଇ ନେବା ପାଇଁ ଆଜି ଚାଷୀ ସମାଜ ତରଫରୁ ଭାରତ ବନ୍ଦର ଡାକରା ଦିଆଯାଇଛି । ଦେଶର ଅନେକ ରାଜନୈତିକ ଦଳ, ବିଭିନ୍ନ ଶ୍ରମିକ ସଂଗଠନ, ଅନେକ ଅନ୍ୟାନ୍ୟ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି । ପଦ୍ମପୁର ଅଞ୍ଚଳରେ ସକ୍ରିୟ ଚାଷୀ ସଙ୍ଗଠନ ରାଜବୋଡାସମ୍ବର କୄଷକ ସଂଗଠନର ଆହ୍ବାନ କ୍ରମେ ଆଜି ପଦ୍ମପୁର ସହରର ସମସ୍ତ ଦୋକାନ ବଜାର ତଥା ଯାନବାହନ ବନ୍ଦ ରହିଥିଲା । ରାଜବୋଡାସମ୍ବର କୄଷକ ସଂଗଠନର ଆବାହକ ଅଶୋକ କୁମାର ସାହୁଙ୍କ ନେତୄତ୍ବରେ ଚାଷୀମାନେ ମହୁଲପାଲି ଛକ ଠାରେ ରାସ୍ତା ଅବରୋଧ କରିଥିଲେ । ଏହି ରାସ୍ତା ଅବରୋଧରେ ରାଜବୋଡାସମ୍ବର କୄଷକ ସଂଗଠନର ସଭାପତି ବାନ୍ଛାନିଧି ନାୟକ, ରୋହିତ ପ୍ରଧାନ, କୈଳାସ ବାରିକ, ପ୍ରଶାନ୍ତ ପ୍ରଧାନ, ନିରାକାର ସାହୁ, ରାଜୀବ ମିଶ୍ର, ନାରାୟଣ ବେହେରା ଏବଂ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.