jayashree

ଖପ୍ରାଖୋଲ ବନ ବିଭାଗ ଦ୍ୱାରା ଚାରା ବିତରଣ କେନ୍ଦ୍ର ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବନ ବିଭାଗ ତରଫରୁ ଶୁକ୍ରବାର ବନ ମହୋତ୍ସବ ସପ୍ତାହ ଅବସରରେ ଖପ୍ରାଖୋଲ ଉଚ୍ଚ ବିଦ୍ୟାଳୟ ଏବଂ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବୃକ୍ଷ ରୋପଣ ଏବଂ ବନ ମହୋତ୍ସବ ପାଳିତ ହୋଇଯାଇଥିବା ବେଳେ ଚାରା ବିତରଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଖପ୍ରାଖୋଲ ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏକ ସ୍ଵତନ୍ତ୍ର ଷ୍ଟଲ୍ ଖୋଲାଯାଇ ଚାରା ବଣ୍ଟନ କରାଯାଇଥିଲା । ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଏବଂ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗ ଯୋଗଦେଇ ଚାରା ବିତରଣ କେନ୍ଦ୍ର ଉଦ୍‌ଘାଟନ କରିଥିଲେ । ସର୍ବସାଧାରଣଙ୍କ ପାଇଁ ୧ ଟଙ୍କାରେ ଚାରା ଦିଆଯାଉଥିବା ବେଳେ ସରକାରୀ ଅନୁଷ୍ଠାନ, ବିଦ୍ୟାଳୟ, କଲେଜ ପାଇଁ ମାଗଣାରେ ଦିଆଯିବା ବ୍ୟବସ୍ଥା କରାଯାଇଛି । ଚାରା ବିତରଣ କେନ୍ଦ୍ରରେ ଶାଗୁଆନ, କାଜୁ, ଡାଳିମ୍ବ, ଅଁଳା, ଆମ୍ବ ଆଦି ଚାରା ଉପଲବ୍ଧ ରହିଥିବା ବେଳେ କିଛି ଅଶ୍ୱଗନ୍ଧା, ସର୍ପଗନ୍ଧା, ଗୁଡମାରୀ, ବନ ତୁଳସୀ, ଅକାଳ କେରା ନାମକ ବିଭିନ୍ନ ଔଷଧୀୟ ଚାରା ଉପଲବ୍ଧ ଅଛି । କାର୍ଯ୍ୟକ୍ରମରେ ବନପାଳ ଘାସିରାମ ଦୀକ୍ଷିତ, ସୁଧୀର ଜେନା, ବନରକ୍ଷୀ ରାଜେନ୍ଦ୍ର ଧରୁଆ, ଦୀପା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଅଞ୍ଚଳର ବିଭିନ୍ନ ସ୍ଥାନରେ ଖପ୍ରାଖୋଲ ବନବିଭାଗ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଥିବା ବେଳେ ମହରାପଦର ପଞ୍ଚାୟତ ଅନ୍ତର୍ଗତ ଚାଉଲବାଞ୍ଜି ଗ୍ରାମରେ ଭର୍ମି କମ୍ପୋଷ୍ଟ କିଟ ବଣ୍ଟା ହୋଇଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.