csstore

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମ ସିଂ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପଦ୍ମପୁର ସିଆର୍‌ସିସି ରବି ନାରାୟଣ ପଣ୍ଡା, ବିଦ୍ୟାଳୟ କମିଟିର ଚେୟାର ପର୍ସନ ବିନିଲତା ସାହୁ ଓ ଭାଇସ ଚେୟାର ପର୍ସନ ନମିତା ସାହା ଯୋଗ ଦେଇଥିଲେ । ସୁରେନ୍ଦ୍ର କୁମାର ଭୋଇ ସଭା ପରିଚାଳନା କରିଥିବା ବେଳେ ଜ୍ୟୋତ୍ସ୍ନାରାଣୀ ସାହୁ, ମିନତି ଦାସ, ରବିନା ପଧାନ, ସଂଯୁକ୍ତା ଭୋଇ, ନିଳୀମା ରାଣୀ ମହାନ୍ତି, ଜ୍ୟୋତି ରେଖା ମହାନନ୍ଦ, ଚକ୍ରଧର ନାୟକ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ସୁଷମା ଦାସ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର ଏହି ସଭାରେ ସହାୟତା କରିଥିଲେ । ଉକ୍ତ ଅବସରରେ ୧୧୦ ଜଣ ପିଲାଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା ।

jayashree
Leave A Reply

Your email address will not be published.