ଅଭିନବ ଶ୍ରୀକ୍ଷେତ୍ର ମୁରସିଂହ ଶ୍ରୀମନ୍ଦିର ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ମୁରସିଂହରେ ଶ୍ରୀକ୍ଷେତ୍ର ପୁରୀ ପରଂପରା ଚାଲି ଆସିଥିବା ରଥଯାତ୍ରା ରବିବାର ବିଲମ୍ବିତ ରାତିରେ ସମାପ୍ତ ହୋଇଯାଇଛି । ଗତ ୨୦ ତାରିଖ ରଥ ଦ୍ବିତୀୟ ଦିନଠାରୁ ରଥ ଟଣା ହୋଇ କୁତୁର୍ଲା ଆମ୍ବପାଲିରେ ମାଉସୀ ମା’ ଘରେ ରହିଥିଲେ ଶ୍ରୀ ଜଗନ୍ନାଥ । ସେହିପରି ଗତ ବୁଧବାର ଦିନ ଦଶମୀ ବାହୁଡ଼ା ବିଜୟ ରଥଟଣା ଆରମ୍ଭ ହୋଇଥିବା ବେଳେ ରବିବାର ଦିନ ଜଗନ୍ନାଥ ମନ୍ଦିରକୁ ପହଞ୍ଚିଛନ୍ତି ମହାପ୍ରଭୁ । ଏହି ଅବସରରେ ରବିବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅବସରପ୍ରାପ୍ତ ଉପ ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ଅତିଥି ଭାବେ ଯୋଗ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ନୀଳାଦ୍ରି ବିଜେ ଉପଲକ୍ଷେ ତିନି ରଥ ଶ୍ରୀ ଜଗନ୍ନାଥ ମନ୍ଦିରେ ପହଞ୍ଚିଥିଲା । ଏହା ପରେ ମହାପ୍ରଭୂଙ୍କର ଲକ୍ଷ୍ମୀନାରାୟଣ ଭେଟ କାର୍ଯ୍ୟକ୍ରମ, ସ୍ନାନ ମଣ୍ଡପରେ ବନ୍ଦାପନା ସହିତ ଜଗନ୍ନାଥ ମହାପ୍ରଭୁ ଏବଂ ମା’ ଲକ୍ଷ୍ମୀଙ୍କ ବଚନିକା ହୋଇଥିଲା । ଏହା ପରେ ମହାପ୍ରଭୂ ରତ୍ନ ସିଂହାସନରେ ବିଜେ କରିଥିଲେ । ପରେ ପରେ ମହାପ୍ରଭୁଙ୍କର ପଣା ଭୋଗ ସହିତ ରାତ୍ରୀକାଳୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପରମ୍ପରା ଅନୁଯାୟୀ ରଥଯାତ୍ର ଦର୍ଶନ ପାଇଁ ଆଖପାଖର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା ।

Leave A Reply

Your email address will not be published.