csstore

ରୋଗୀ କଲ୍ୟାଣ ସମିତିର ବୈଠକ

ଡେଲାଙ୍ଗ, (ଦିଲିପ କୁମାର ଧାଉଡ଼ିଆ) : ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ମଙ୍ଗଳବାର ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥି, ବ୍ଲକ ଅଧକ୍ଷା ବାସନ୍ତି ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ, ମେଡିକାଲ ଅଫିସର ଡାକ୍ତର ସନ୍ତୋଷ କୁମାର ତ୍ରିପାଠୀ, ଡକ୍ଟର ସୋନୀ ସାମନ୍ତରାୟ, ବିପିଏମ ଦିଲ୍ଲୀପ କୁମାର ପରିଡା, ସିଡିପିଓ ଜାପାନୀ କୁମାରୀ ମିତ୍ର, ଜେଇ ସ୍ଵାଗତିକା ପ୍ରଧାନ, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ସଂଯୋଜକ ପବିତ୍ର ପଣ୍ଡା, ଶିବ ପ୍ରଶାଦ ମହାରଣା ଓ ଜନସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ ବଳରାମ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟ କେନ୍ଦ୍ର ବିକାଶ ଓ ସମସ୍ୟା ସମାଧାନ ଉପରେ ପଦକ୍ଷେପ ନିଆଯାଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନୃତନ ଗୃହ ନିର୍ମାଣ ସହ ଚଳିତ ବର୍ଷ ଆର୍ଥିକ ବ୍ୟୟ ମଞ୍ଜୁରି ଅଟକଳ ଅନୁମୋଦିତ ହୋଇଥିଲା । ୧୫ ଦିନ ମଧ୍ୟରେ ରୋଗୀଙ୍କ ପାଇଁ ଇସିଜ ମେସିନ, ଥଣ୍ଡା ଓ ଗରମ ପାଣି ଯୋଗାଣର ବ୍ୟବସ୍ଥା କରିବାକୁ ବିଧାୟକ ଶ୍ରୀ ମହାରଥି ପ୍ରତିଶୃତି ଦେଇଥିଲେ ।

jayashree
Leave A Reply

Your email address will not be published.