ନୂଆଦିଲ୍ଲୀ : ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ର ଡିସିପି ପ୍ରମୋଦ ସିଂ କୁଶୱା କହିଛନ୍ତି ଯେ, ଆଫଗାନିସ୍ତାନରେ ଆଇଏସଆଇ ରହିଛି । ସେଠାରୁ ଆତଙ୍କବାଦୀଙ୍କ ଆର୍ଥିକ କାର୍ୟ୍ୟ ଚଳାଯାଉଛି । କାଶ୍ମୀର ଆତଙ୍କୀ ନେଟୱାର୍କ ମାଧ୍ୟମରେ ଡ୍ରଗ୍ସ ଭାରତକୁ ପଠାଯାଉଛି । ଯେତେବେଳେ ଏହି ଡ୍ରଗ୍ସ ଭାରତରେ ବିକ୍ରି ହୁଏ, ଏହି ଟଙ୍କାରେ ଏମାନେ ଭାରତରେ ଆତଙ୍କବାଦକୁ ଉତ୍ସାହିତ କରନ୍ତି । ଆତଙ୍କବାଦକୁ ଆର୍ଥିକ ସହାୟତା କରନ୍ତି ବୋଲି ସେ କହିଛନ୍ତି ।