ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର କୁଳପତିଙ୍କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର କୁଳପତିକୁ ଭେଟି ବଲାଙ୍ଗିର ଜିଲ୍ଲାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ତଥା ଆଠଗାଁ ଜମିଦାର ଧରମସିଂ ମାନ୍ଧାତାଙ୍କ ନାମରେ ବିଶ୍ୱ ବିଦ୍ୟାଳୟରେ ନିର୍ମାଣାଧିନ ପ୍ରେକ୍ଷାଳୟ ଓ ଛାତ୍ର ନିବାସକୁ ତାଙ୍କ ନାମରେ ନାମିତ କରିବା ପାଇଁ ଅନୁରୋଧ କରିଥିଲେ । ଏଥିସହିତ ବଲାଙ୍ଗିର ଜିଲ୍ଲାର ଐତିହ ସମ୍ପନ୍ନ କଳା ସଂସ୍କୃତିକୁ ସଂରକ୍ଷିତ ରଖିବା ପାଇଁ ବିଶ୍ଵ ବିଦ୍ୟାଳୟର ଇତିହାସ ବିଭାଗରେ ଏକ ସଂଗ୍ରହାଳୟ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ । ଏହି ସମୟରେ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର ରେଜିଷ୍ଟ୍ରାର, ଡେପୁଟି ରେଜିଷ୍ଟ୍ରାର, ଅର୍ଥନୀତି ବିଭାଗର ଅଧ୍ୟାପକ ଉପସ୍ଥିତ ଥିଲେ । ଏଥିସହିତ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଏକ୍ସାମିନେସନ କଣ୍ଟ୍ରୋଲରଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି । ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ଅଧୀନରେ ଥିବା କଲେଜ ତଥା ବିଶ୍ଵ ବିଦ୍ୟାଳୟର ସମସ୍ତ ପରୀକ୍ଷାରେ କେବଳ ଇଂରାଜୀ ଭାଷାରେ ପ୍ରଶ୍ନପତ୍ର ଆସୁଥିଲା, ସେଥିପାଇଁ ଓଡ଼ିଆ ଭାଷାରେ ଉତ୍ତର ଲେଖୁଥିବା ସମସ୍ତ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ଶିକ୍ଷା ବର୍ଷଠାରୁ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରଶ୍ନପତ୍ର ତିଆରି କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅନୁରୋଧ କରାଯାଇଥିଲା । ବିଶ୍ଵ ବିଦ୍ୟାଳୟର କଣ୍ଟ୍ରୋଲର ଏକ୍ସାମିନସନ୍‌ ଅକ୍ଷୟ ମିଶ୍ର ଆଶ୍ଵାସନା ଦେବା ସହ ଏହି ବର୍ଷଠାରୁ ଉଭୟ ଭାଷାରେ ପ୍ରଶ୍ନପତ୍ର ତିଆରି କରାଯିବ ବୋଲି କହିଥିଲେ । ଏଥିରେ ବିଜୁ ଛାତ୍ର ଜନତା ଦଳର ଉପ ସଭାପତି ଶିବଦତ୍ତ ମାଝି, ସମ୍ପାଦକ ତନ୍ମୟ ତାଣ୍ଡି, ନିରଞ୍ଜନ ବିଶି, ପ୍ରିୟତମ ରଣା, ରୋଶନ ମିଶ୍ର, ରେସମା ସାହୁ, ଦିବ୍ୟାନୀ ମେହେଟା, ସର୍ଜନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.