csstore

ମଦନପୁରଠାରେ ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ଗ୍ରାମ ପଞ୍ଚାୟତ ସଭାଗୃହରେ ସରପଞ୍ଚ କେତକି ଦଣ୍ଡିଆଙ୍କ ସଭାପତିତ୍ୱରେ ଆଜି ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ କୁମାର ପ୍ରଧାନ, ଜିପିଓ କୁଳମଣି ସିଂ ରାୟ, ଡବ୍ଲୁଓ ଶ୍ୟାମ ସୁନ୍ଦର ନାଏକ ଯୋଗ ଦେଇଥିବା ବେଳେ ମଦନପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଶନିଶ୍ଚର ସୂରଜ ଯୁଗ୍ମ ଅଭିଯୋଗ ଶୁଣାଣିକୁ ପରିଚାଳନା କରିଥିବା ବେଳେ ପଞ୍ଚାୟତର ବିଭିନ୍ନ ଗାଁରୁ ଶତାଧିକ ଅଭିଯୋଗକାରୀ ଆସି ଅଭିଯୋଗ କରିଥିଲେ । ଏଥିରେ ଗୋଟିଏ ଗୋଷ୍ଠୀଗତ ଓ ବାକି ସମସ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବ୍ୟକ୍ତିଗତ ଅଭିଯୋଗ ହୋଇଥିବା, ପଞ୍ଚାୟତ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.