csstore

ଏଲ୍ ଏଣ୍ଡ୍ ଏସ୍ କ୍ଲବ କାର୍ଯ୍ୟକାରିଣୀ ବୈଠକ : ନରସିଂହ, ଇନଟେକ୍ ଓ ସଂସ୍କୃତି ବିଭାଗକୁ ଧନ୍ୟବାଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ସର୍ବପୁରାତନ ଐତିହ୍ୟ ସଂପର୍ଣ୍ଣ ଜର୍ଜ ଲିଟିରାରୀ ଏଣ୍ଡ ସୋସିଆଲ କ୍ଲବ, ଯାହାକି ବର୍ତ୍ତମାନ ଲିଟିରାରୀ ଏଣ୍ଡ ସୋସିଆଲ କ୍ଲବ ନାମରେ ପରିଚିତ ତାହାର କାର୍ଯ୍ୟକାରିଣୀ ବୈଠକ ଗତକାଲି ସଂନ୍ଧ୍ୟା ୬ ଘ.ରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ୍ୟ ଆର୍ତ୍ତତ୍ରାଣ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସଂସ୍କୃତି ବିଭାଗ ଦ୍ୱାରା କ୍ଲବର ଐତିହ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ଅନୁଦାନର ମଞ୍ଜୁରି ମିଳିଥିବାରୁ କ୍ଲବ ସଦସ୍ୟମାନଙ୍କ ତରଫରୁ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣୀଗ୍ରାହି, ପ୍ରକଳ୍ପ ପାଇଁ କାମ କରିଥିବା ଇନଟେକ୍‌ର ରାଜ୍ୟ ସଭାପତି ମଲିକା ମିତ୍ର, ଜିଲ୍ଲା ସଭାପତି ଶିବ ପ୍ରସାଦ ନନ୍ଦ ଏବଂ ଅନୁଦାନ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ କୃତଜ୍ଞତା ଜଣା ଯାଇଥିଲା । କ୍ଲବର ସାଧାରଣ ସଂପାଦକ ଅସିତ ମିଶ୍ର କ୍ଲବର ସଂରକ୍ଷଣ ପାଇଁ ଆସିଥିବା ଏହି ଅନୁଦାନ ବଲାଙ୍ଗିରର ଆଗାମୀ ପିଢି ପାଇଁ ବରଦାନ ସାବିତ୍‌ ହେବ ବୋଲି କହିଥିଲେ । ପ୍ରକଳ୍ପ ଯେମିତି ଠିକ ହିସାବର ଆରମ୍ଭ ହୋଇ ସଂପୁର୍ଣ୍ଣ ହେବ, ସେ ଦିଗରେ କ୍ଲବର ସମସ୍ତ ସଦସ୍ୟ ସଂପୁର୍ଣ୍ଣ ସହେଯାଗ କରିବେ ବୋଲି କହିଥିଲେ । ଏହି ସଭାରେ ଉପାଧକ୍ଷ ବିଶ୍ୱନାଥ ମିଶ୍ର, ସହ ସଂପାଦକ ବୁଲୁ ଦାନୀ, ଅର୍ଥ ସଂପାଦକ ବାସୁଦେବ ନାଗ, କାର୍ଯ୍ୟନିର୍ବାହୀ କମିଟି ସଭ୍ୟ ମନୀଷ ମିଶ୍ର ଓ ଗୋପାଳ କୃଷ୍ଣ ବରାଇ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.