ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ଦୀର୍ଘ ୭ ଘଣ୍ଟା ଧରି ଲଗାତାର ବର୍ଷା ହେବା ଫଳରେ ସହରର ବିଭିନ୍ନ ଅଂଚଳରେ ଜଳମଗ୍ନ ହୋଇ ସ୍ଥିତି ବେହାଲ ରହିଛି । ଭୋରରୁ ବର୍ଷା ହେଉଥିବା କାରଣରୁ ଦିନ ୧୦ ଘଣ୍ଟା ପର୍ଯ୍ୟନ୍ତ ସହରର ଗଳିକନ୍ଦି ସମେତ ତଳି ଅଞ୍ଚଳ ଜଳମଗ୍ନ ରହିଛି ଫଳରେ ସାଧାରଣ ଲୋକଙ୍କ ଗମନାଗମନ ବ୍ୟବସ୍ଥା ଠପ୍ ହୋଇ ପଡ଼ିଛି । ମୌସୁମୀ ବର୍ଷା ହେବାର ସୂଚନା ଥିଲେ ମଧ୍ୟ ପଦ୍ମପୁର ଏନଏସି ତରଫରୁ କୌଣସି ଆଗୁଆ ପଦକ୍ଷେପ ନିଆଯାଇ ନଥିବା କାରଣରୁ ସହରର ବିଭିନ୍ନ ସ୍ଥାନରେ ଏଭଳି ଜଳମୟ ପରିସ୍ଥିତି ସୃଷ୍ଟି ହେଲା ବୋଲି ଆଲୋଚନା ହେଉଛି । ସହରର ସମସ୍ତ ଡ୍ରେନ ଗୁଡିକ ଆବର୍ଜନାରେ ପୋତି ହୋଇଥିବା ବେଳେ ସଫେଇ କରାଯାଇ ନଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆଲୋଚନା ହେଉଛି । ସହରର ସଫେଇ କାମକୁ ନେଇ ଏବେ ଜନ ଅସନ୍ତୋଷ ବଢିବାରେ ଲାଗିଛି ।
Next Post