ବାସି ଖିରି ଖାଇ ୧ ମୃତ : ୧୫ ଗୁରୁତର

ଖନ୍ତାପଡ଼ା : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ତାଳକୁରୁଣିଆ ଗ୍ରାମରେ ଖିରି ଭୋଗ ଖାଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଥିସହ ୧୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ମୃତକ ହେଲେ ପଣପଣା ପଞ୍ଚାୟତ ସରସତିଆ ଗ୍ରାମର ନୀଳମଣି ସାହୁ (୭୫) । ସୂଚନା ଅନୁସାରେ ଗ୍ରାମର ମଲ୍ଲିକ ସାହିରେ ରଥଯାତ୍ରା ଅବସରରେ ଶନିବାର ଖିରି ଭୋଗ ଲାଗି ହୋଇଥିଲା । ବଳି ପଡ଼ିଥିବା ଭୋଗକୁ ସନ୍ଧ୍ୟାରେ ତିନି ପରିବାର ଘରକୁ ନେଇଥିଲେ ।

ରାତିରେ ଉକ୍ତ ୩ ପରିବାରର ସଦସ୍ୟ ଏହି ଖିରି ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ । ପ୍ରଥମେ ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଥିଲା । ପରେ ପେଟ ଯନ୍ତ୍ରଣା ସହ ଝାଡ଼ାବାନ୍ତି ହୋଇଥିଲା । ସେହିପରି ଏହି ଭୋଗ ଖାଇଖିବା ଉପରଆଡ଼ିଆ ଗ୍ରାମର ୬ ଜଣ ଗୁରୁତର ହୋଇଥିଲେ । ଜଣକ ପରେ ଜଣେ ଶନିବାର ରାତିରେ ଓ ରବିବାର ସକାଳେ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ । ରାତିରେ ବୃଦ୍ଧା ନୀଳମଣି ସାହୁ(୭୫)ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଗୋପାଳପୁରରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ରବିବାର ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.