ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଦ ନାଇଲ୍‌’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ଦ ନାଇଲ୍‌’ରେ ସମ୍ମାନିତ କରାଯାଇଛି । ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଅବଦଲ ଫତେହ ଅଲ ସିସି ୨୫ ଜୁନ୍‌ ୨୦୨୩ରେ କାଏରୋସ୍ଥିତ ପ୍ରେସିଡେନ୍ସୀ ଠାରେ ଅନୁଷ୍ଠିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତର ନାଗରିକଙ୍କ ତରଫରୁ ଏହି ସମ୍ମାନ ପାଇଁ ରାଷ୍ଟ୍ରପତି ଅଲ ସିସିଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଥମ ଭାରତୀୟ ଭାବେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପୁରସ୍କାର ପାଇଛନ୍ତି ।

Leave A Reply

Your email address will not be published.